କରୋନା ଟିକାକୁ ନେଇ ଟଣା ଓଟରା
ସାରା ଦେଶରେ କରୋନା ମହାମାରୀ ତାର କାୟାବିସ୍ତାରା କରୁଥିବା ବେଳେ ଉଭୟ କେନ୍ଦ୍ରରେ ଥିବା ମୋଦୀ ସରକାର ଏବଂ ରାଜ୍ୟ ରେ ଥିବା ନବୀନ ସରକାର ଜନସାଧାରଣଙ୍କୁ ବଞ୍ଚାଇବା ଛାଡ଼ି ଫଟୋ ରାଜନୀତି କରିବାରେ ବ୍ୟସ୍ତ ଅଛନ୍ତି । ସେହି ପରି ଭାବେ ମୋଦି ଏବଂ ନବୀନ ସରକାର ଟୀକାକରଣ କେନ୍ଦ୍ର , ଟୀକାକରଣ ସାର୍ଟିଫିକେଟ ରେ ନିଜର କେମିତି ଫଟୋ ଲାଗିବ ତାର ବ୍ୟବସ୍ଥା କରୁଛନ୍ତି । ଏବେ ପର୍ଯ୍ୟନ୍ତ ଭାରତ ବର୍ଷ ର ୪୦ ରୁ ୫୦% ପ୍ରତିଶତ ଜନସାଧରଣଙ୍କୁ କୁ ଟୀକା ଦିଆଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କେମିତି ୧୦୦% ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇ ସାରା ଦେଶକୁ କରୋନାରୁ ମୁକ୍ତ କରାଯିବ ସେ କଥା ନଭାବି କେବଳ ଫଟୋ ରାଜନୀତି କରୁଛନ୍ତି ବୋଲି ଆଜି ବରଗଡ଼ ଜୀରାନଦି ସ୍ଥିତ ଶ୍ମଶାନ ଠାରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସୋସିଆଲ ମିଡ଼ିଆ ଉପାଧ୍ୟକ୍ଷ ଅଭିଷେକ ନାୟକ ଙ୍କ ଉପସ୍ଥିତି ରେ ଏବଂ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଙ୍କ ନେତୃତ୍ବରେ ଶ୍ମଶାନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଫଟୋଚିତ୍ର ଲଗାଗଲା ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































