ନୁଆସାହି ରେ ଦୁଇ ଶହ ଡୋଜ଼ ଟୀକା କରଣ
ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲା ର ବାଲିଗୁଡା ଏନଏସି ନୁଆସାହି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ଶନିବାର ଦୁଇ ଶହ ଜଣ ଙ୍କୁ କରୋନା ଟୀକା କରଣ କରାଯାଇଛି | ବାରଖମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱତନ୍ତ୍ର ଟୀକା କରଣ କାର୍ଯ୍ୟ ନୁଆସାହି ର ପାଞ୍ଚ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ରେ ଟୀକା ଦିଆ ଯାଇଛି |ଏଥିରେ ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ମହେନ୍ଦ୍ରନାଥ ପ୍ରଧାନ, ଆୟୁଷ ଏମଓ, ମହିଳା ସ୍ୱାସ୍ଥ୍ୟ କର୍ମୀ,ସୁଚରିତା ପ୍ରଧାନ, ମନୀଷା ପ୍ରଧାନ,ରଶ୍ମି ରାଣୀ ପ୍ରଧାନ, ଆଶାକର୍ମୀ ସଂଯୁକ୍ତା ପାତ୍ର, ଜାନଭି ପାତ୍ର ଉପସ୍ଥିତ ରହି ଟୀକା କରଣ କାର୍ଯ୍ୟ ରେ ଲୋକଙ୍କୁ ସହଯୋଗ କରିଥିଲେ | ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟ କ୍ରମ ରେ ରେ ଶତ ପ୍ରତିଶତ ଲୋକେ ଟୀକା କରଣ କରିଛନ୍ତିl ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଦୁଇ ଶହ ଡୋଜ଼ ଟୀକା ଯୋଗାଇ ଦିଆଯାଇଥିଲା |ନୁଆସାହି ଲୋକେ ମଧ୍ୟ ପ୍ରଥମ ଥର 18 ରୁ 45ବର୍ଷ ଲୋକଙ୍କ ପାଇଁ ଟୀକା କରଣ କାର୍ଯ୍ୟ ରେ ଅଂଶ ଗ୍ରହଣ କରି ସ୍ୱାସ୍ଥ୍ୟ କର୍ମୀ ଙ୍କ ସହଯୋଗ ଯୋଗୁଁ ଅଧିକ ଲୋକ ଖୁସି ରେ ଟୀକା ନେଇ ଥିବାରୁ ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ଇନ୍ଦ୍ରମଣି ପାତ୍ର ଉପ ସଭାପତି ଶିବରାମ ପ୍ରଧାନୀ ଧନ୍ୟବାଦ ଜଣାଇ ଛନ୍ତି |
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































