ନୟାଗଡ ସାମ୍ବାଦିକ ଆକ୍ରମଣ ଘଟଣା ରେ କନ୍ଧମାଳ ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ର ନିନ୍ଦା
ଫୁଲବାଣୀ -(ସୁନୀଲ ପଟନାୟକ )ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ନୟାଗଡ ର news 7ର ପ୍ରତିନିଧି ବୈଦ୍ୟ ଭୁଷଣ ମହାପାତ୍ର ଓ ଧରିତ୍ରୀ ଖବର କାଗଜ ର ପ୍ରତିନିଧି ଲୋକ ନାଥ ମିଶ୍ର ଙ୍କୁ ଅବକାରୀ ବିଭାଗ ର ସବ ଇନ୍ସ ପେକଟର ଉଭୟଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ l
ଏ ନେଇ ଆକ୍ରମଣ ର ଶିକାର ହୋଇଥିବା ଗଣ ମାଧ୍ୟମ ପ୍ରତିନିଧି ଥାନାରେ ଏତେଲା ଦେଇଛନ୍ତି l
କର୍ତବ୍ୟ ରତ ଗଣ ମାଧ୍ୟମ ପ୍ରତିନିଧି ମନକୁ ଜଣେ ଦାୟୀ ତ୍ବ ସମ୍ପନଅବକାରୀ ବିଭାଗ ଅଫିସର ଗାଳି ଗୁଲଜ କରିବା ସହ ମାଡ ମାରିବା ଘଟଣା କୁ କନ୍ଧମାଳ ଜ଼ିଲା ଫ୍ର ଣ୍ଟ ଲାଇନ ମିଡ଼ିଆ ଏସୋ ସିଏସନ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ସମ୍ପୃକ୍ତ ଅଧିକାରୀ ଙ୍କୁ ନିଲମ୍ବିତ କରିବାସହଗିରଫ ଦାବି କରିଛି l
ଶନିବାର ପ୍ରେସ୍ କ୍ଲବ ଠାରେ ସଂଘ ସଭାପତି ସୁଜିତ ବେହେରା ଙ୍କସଭାପତିତ୍ୱ ରେ ଅନୁଷ୍ଠିତ
ବୈଠକରେ ସମ୍ପାଦକ ତ୍ରିନାଥ ସାହୁ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ. ଅଜିତ ମହାରଣା, ସଦାଶିବ ପାତ୍ର, ପ୍ରଶାନ୍ତ ଜେନା,ସୁନୀଲ ବିଶ୍ୱାଳ, ଅଶୋକ ମହାନ୍ତି, ରାଧାମୋହନ ମହାପାତ୍ର, ରାକେଶ କୁମାର ରାଉତ, ହିମାଂଶୁ ବେହେରା, ପ୍ରମୁଖ ଉପସ୍ଥିତ ରହି ସରକାର ସାମ୍ବାଦିକ ମାନ ଙ୍କ ପାଇଁ ସୁରକ୍ଷା ବିଲ ଆଣିବା ସହିତ ସମସ୍ତ
କର୍ତବ୍ୟ ରତ ସାମ୍ବାଦିକ ମାନ ଙ୍କୁ ସରକାର ତୁରନ୍ତ ସୁରକ୍ଷା ଯୋଗାଇଦେବାକୁ ଦାବି କରିଥିଲେ l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































