ଦାରିଙ୍ଗବାଡି ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ବାଟବଣା : ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ଧମକ
ବାଲିଗୁଡ଼ା,୨୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରୀ ଯୋଜନା ବାଟବଣା ଏହା କନ୍ଧମାଳ ଜିଲ୍ଲାର କୌଣସି ଦୁର୍ଗମ ଅଞ୍ଚଳରେ ନୁହେଁ ଖୋଦ ଦାରିଙ୍ଗବାଡି ବ୍ଲକ ସଦର ମହକୁମାରେ ଦେଖିବାକୁ ମିଳିଛି।ଯାହା ଶୁଣିଲେ ସତ ହେଉନଥିବା ବେଳେ ବାସ୍ତବ ରେ ଦେଖିଲେ ଜଣା ପଡୁଛି ଯେ କିଭଳି ଅଫିସର ଓ ଠିକାଦାର ମିଳିମିଶି କିଭଳି ସେମାନଙ୍କ ସୁବିଧା ପାଇଁ ଯୋଜନାକୁ ବାଟବଣା କରିଦେଇ ପାରନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ଦାରିଙ୍ଗବାଡି ର ବଡିପଦର ଗ୍ରାମବାସୀ। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୨୦୧୬ ମସିହାରେ ୬କୋଟି ୨୯ଲକ୍ଷ ୬୮ହାଜର ୭୭୩ଟଙ୍କା ବ୍ୟୟରେ ବଡ଼ିପଦର ଜାତୀୟ ରାଜପଥ ଠାରୁ ବାଇମାଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନୁମୋଦନ ହେଲା l ଏହାକୁ ବାଲିଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଜନ ତଦାରଖ କରିବେ ଓ ଏହି କାର୍ଯ୍ୟକୁ ଠିକାଦାର ଗିରିଶ ଚନ୍ଦ୍ର ସାହୁ ରାସ୍ତା ନିର୍ମାଣ କରିବେ କିନ୍ତୁ ବାସ୍ତବରେ ଯୋଜନାକୁ ବାଟବଣା କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କୁ ବଡିପଦର ବଦଳ ରେ ବୁର୍ଜୁବାଡି ଛକରୁ ଏହିରାସ୍ତାକୁ ଆରମ୍ଭ କରିଛନ୍ତି, ଯାହା ଫଳରେ ବଡିପଦର ରାଜସ୍ବ ଗ୍ରାମର ବଡିପଦର ଓ ଗାହାବାଡି ଦୁଇ ଗ୍ରାମରେ ବସବାସ କରୁଥିବା
୬୦ରୁ ଉର୍ଦ୍ଧ ଆଦିବାସୀ ପରିବାର ଏହି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରୁ ବାଦ ପଡିଲେ। ଏବେ ଗାଁ କୁ ସବୁଦିନିଆ ରାସ୍ତା ଟିଏ ନଥିବାରୁ ଗାଁ କୁ ଯିବା ଆସିବା କରିବା କଷ୍ଟ ହେଉଥିବା ବେଳେ ବର୍ଷା ହେଲେ ରାସ୍ତା ରେ ପାଣି ଯାଇ ରାସ୍ତା ଡ୍ରେନ ପାଲଟି ଯାଉଛି। ପ୍ରଶାସନ ଓ ରାଜନେତାଙ୍କୁ ରାସ୍ତା ସମସ୍ୟା ସମ୍ପର୍କ ଅଭିଯୋଗ କଲେ ଉତ୍ତର ମିଳୁଛି ଗାଁ କୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଯାଇଛି ଏଣୁ ଆମେ କିଛି କରିପାରିବୁ ନାହିଁ। ଯେଉଁ ସମୟ ରେ ଏହି ଯୋଜନା ବାଟବଣା ହୋଇଛି ସେମାନେ କହିବେ ତେବେ ଏବେ ଏହି ଦୁଇ ଗ୍ରାମର ଆଦିବାସୀ କରିବେ କଣ ବୋଲି ପ୍ରଶ୍ନ କରିଛନ୍ତି। ଗ୍ରାମର ୱାଡ଼ ମେମ୍ବର ସୁଧୀର ପ୍ରଧାନ ସମେତ ଇଶାଙ୍କ ପ୍ରଧାନ, ଜନକ ପ୍ରଧାନ, କୁନିମା ପ୍ରଧାନ, ଜିତୁ ପ୍ରଧାନ। ଯଦି ତାଙ୍କୁ ନ୍ୟାୟ ନମିଳେ ତାଙ୍କ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ନ ହୁଏ ତେବେ ଭୋଟ ବର୍ଜନ କରିବା ପାଇଁ କ୍ଷୋଭ ର ସହିତ କହିଛନ୍ତି। ତେବେ ଯୋଜନା ବାଟବଣା ସମ୍ପର୍କ ରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ତଦନ୍ତ କରି ବଞ୍ଚିତ ବଡିପଦର ଗ୍ରାମବାସୀ ଙ୍କୁ ନ୍ୟାୟ ଦେବା ସହ ଗାଁ କୁ ସବୁଦିନିଆ ରାସ୍ତା ନିର୍ମାଣ କରନ୍ତୁ ବୋଲି ଦାବୀ କରିଛନ୍ତି l
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































