ବରୀଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ ,ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନର ଶୋକ
ଫୁଲବାଣୀ-( ସୁନୀଲ ପଟନାୟକ) ରାଜ୍ୟର ଜଣେ ଆଗଧାଡିର ବରୀଷ୍ଠ ସାମ୍ବାଦିକ ଡକ୍ଟର ଜୀମୁତ ମଙ୍ଗରାଜଙ୍କ ରବିବାର ସଂଧ୍ୟାରେ ଖୋର୍ଦ୍ଧା ଜାଆଁଳ ନିକଟରେ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିବା ନେଇ ଖବର ମିଳିବାପରେ ରାଜ୍ୟରେ ସାମ୍ବାଦିକମାନଙ୍କ ମହଲରେ 6ଶ।କର ଛାୟା ଖେଳିଯାଇଥିଲା।
ସୋମବାର କନ୍ଧମାଳ ଫ୍ରଣ୍ଟ ଲାଇନ ମିଡିଆ ଏସେ।ସିଏସନ ପକ୍ଷରୁ ପ୍ରେସକ୍କବ୍ଠାରେ ଆୟୋଜିତ ଶୋକସଭାରେ ଉପସ୍ଥିତ ସମସ୍ତ ସଦସ୍ୟମାନେ ଗଭୀର ଶ୍ରଦ୍ଧାଞଳୀ ଜଣାଇବା ସହ ଶୋକବ୍ୟକ୍ତ କରିଛନ୍ତି।ସ୍ଵର୍ଗତ ଆମର ଆତ୍ମାର ସଦଗତି ପାଇଁ ଦୁଇମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ସୁଜିତ ବେହେରା ଙ୍କ ସଭାପତିତ୍ଵରେ ଆୟୋଜିତ ଶୋକସଭାରେ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ,ସଂପାଦକ ତ୍ରୀନାଥ ସାହୁ ପ୍ରଶାନ୍ତ ଜେନା, ସୁନୀଲ ବିଶ୍ଵାଳ , ସଦାଶିବ ପ।ତ୍ର, କାହ୍ନl ପଟନାୟକ, ଦୀନେଶ ମହାପାତ୍ର, ପ୍ରମୁଖ ଜୀମୂତ ମଙ୍ଗରାଜ ଜଣେ ସଚ୍ଚୋଟ , ଦକ୍ଷ ନିରପେକ୍ଷ ସାମ୍ୱାଦିକ ଥିଲେ। ତାଙ୍କର ଦୃଢ ଲେଖନୀ ଦ୍ଵାରା ଅନେକ ଦୁର୍ନିତି ଲୋକଲୋଚନକୁ ଆସିପାରିଥିଲା।
ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁପଟନାୟ କଓ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଆମ୍ବଜୀବନୀ ସଂପର୍କରେ ତଥ୍ୟ ମୂଳକ ପୁସ୍ତକ ଲେଖିଥିଲେ । ଏକ ରାଜନୈତିକ ସମାଲୋଚନାମୂଳକ ସା ପ୍ରାହିକ ସମ୍ବାଦପତ୍ର ନେତା ର ସଂପାଦକ ଥିଲେ।
ସେହିପରି ରାଜନୈତିକ ବିଶ୍ଳେଷକ ଥିଲେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ସହ ବହୁ ସଂଗଠନ ସହ ଜଡିତ ଥିଲେ।ତାଙ୍କର ଏହି ଅକାଳ ମୃତ୍ୟୁ ମିଡ଼ିଆ ଜଗତର ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି । ସ୍ଵର୍ଗତ ଜୀ ମୁତଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି ।ପତ୍ନୀଙ୍କ ବି ଅନେକ ବର୍ଷ ହେଲା ପରଲୋକ ହୋଇଯାଇଥିଲା ଏଣୁ ପରିବାରବର୍ଗଙ୍କୁ ସରକାର ଆର୍ଥୀକ ସହାୟତା ଯୋଗାଇଦେବାକୁ ସଂଘ ଦାବୀ କରିଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































