ଆଧାରକାର୍ଡ୍ ନାହିଁ ଘର ମିଳୁନି, ଭଙ୍ଗା କୁଡିଆରେ ଜୀବନ ବିତୁଛି
ଫୁଲବାଣୀ- (ସୁନୀଲ ପଟନାୟକ)
ପଞ୍ଚାୟତ ରୁ ଆରମ୍ଭ କରି ବ୍ଳକ ଯାଏ ନିତି
ଧ । ଇଁଧ।ଇଁ । ଶେଷରେଆଧାରକାର୍ଡ ଖଣ୍ଡେ ମିଳିଲା ନି,ଫଳରେ ଆବାସ ଯୋଜନାରେ ଘର ମିଳୁନି। ଫଳରେ ଦିନରେ ସୁର୍ଯ୍ୟ ରାତିରେ ଚନ୍ଦ୍ର ଉଙ୍କିମାରୁ ଥିବାଏହି ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ବୃଦ୍ଧା ଜଣଙ୍କ। ଅଭିଯୋଗ କଲେ ଶୁଣୁଛି ବା କି ଏ? ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକର ଗ୍ରେସିଙ୍ଗିଆ ପ୍ଞ୍ଚାୟତର ସିକେର ଗୁଡା ଗ୍ରାମରୁ ।
ଆଶରୁ ପ୍ରଧାନ, ବୟସ ୭୦ଟପିଲାଣି । ଆଶାବାଡି ଖଣ୍ଡିଏ ନହେଲେ ଚାଲିପାରୁ ନାହାନ୍ତି ଆଶ୍ରୁ । ବୟସର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ଘର ଖଣ୍ଡିଏ ମିଳିଲାନି ଏଯାଏ ତାଙ୍କୁ । ଏବେ ଆଖିକୁ ମଧ୍ୟ ଭଲ ଭାବେ ଦେଖାଯାଉନି କି କାନକୁ ବି ଶୁଭୁନି ଭଲ । ଭଙ୍ଗା ଦଦରା ଘରେ ନିଜ କୋହକୁ ଚାପିରଖି ନିଃସଙ୍ଗ ଜୀବନଜିଉଁଛନ୍ତି ଆଶ୍ରୁ । ସରପଞ୍ଚଙ୍କୁ କହିବାରୁ ଆଧାର କାର୍ଡ ନାହିଁ ଘର ମିଳି ବିନି।.ଫଳରେ ସରକାରଙ୍କ ସମସ୍ତ ଯୋଜନା ତାଙ୍କ ପାଇଁ 6ଜାଜନ ଦୁରରେ।
ଏଣେ ଧନୀ ଥିଲା ବାଲାଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। ଗରୀବଙ୍କ କଥା ପଚାରେ କିଏ?ସରକାରୀ ଯୋଜନା ପ୍ରକୃତ ହିତାଧିକାରିଙ୍କ ନିକଟରେ କିପରି ପହଞ୍ଚିବ ଚିନ୍ତା ନ କରି କେବଳ ପିସି ନେଇ ଚୁ ପ ବସିଥିବା ଅଭିଯୋଗ ହେଉଛି । ଜିଲ୍ଲ। ପାଳ କନ୍ଧମାଳ ଓ
ପ୍ରକଳ୍ପ ନିର୍ଦ୍ଦେଶକ ଡିଆର ଡିଏ,ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































