ଡକ୍ଟରସ ଡେ ରେ ଦୁଇଜଣ ଡାକ୍ତରଙ୍କୁ ସମ୍ମାନିତ କଲା ଏସବିଆଇ
.
ଫୁଲ ବାଣୀ-( ସୁନୀଲ ପଟନାୟକ)
କୁହାଯାଏ ଭଗବାନ ମନୁଷ୍ୟକୁ ପ୍ରଥମ ଜନ୍ମ ଦେଇଥିବାବେଳେ ଡାକ୍ତର ଦ୍ଵିତୀୟ ଜନ୍ମ ଦେଇଥାନ୍ତି । ଡାକ୍ତରମାନଙ୍କ ସେବା ସାରା ଜଗତର କୋଟି କୋଟି ଲୋକଙ୍କୁ ମୃତ୍ୟୁମୁହଁରୁ ଫେରାଇ ଆଣୁଛି । ସେମାନେ ହେଉଛନ୍ତି ଦ୍ୱିତୀୟଇଶ୍ଵର ,I ସେହି ମହାନଙ୍କ ପାଇଁ ଆଜିର ଡାକ୍ତର ଦିବସ ଉପଲକ୍ଷେ ଭାରତୀୟ ଷ୍ଟେଟବ୍ୟାଙ୍କ ଫୁଲ ବାଣୀ ମଥାନତ ସମ୍ମାନ ଜଣାଇବା ସହ ଫୁଲ ବାଣୀ ଡାକ୍ତରଖାନାର ଦୁଇଜଣ ଡାକ୍ତରଙ୍କୁ ସମ୍ମାନିତ କରିଥିଲେ ।।ସେମାନେ ହେଲେ ଡ।କ୍ଟର ମନୋରଂଜନ ରାଉତ ଶିଶୁରୋଗ ବିଶେଷଜ୍ଞ ଓ ଡାକ୍ତର
ଅରବିନ୍ଦ ଦାସ ଚକ୍ଷୁରୋଗ ବିଶେଷଜ୍ଞ ।
ଏହି ଅବସରରେ ଏକସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଷ୍ଟେଟବ୍ୟାଙ୍କ ଆରବି ଓ ହୃଦୟରଂଜନ ଦାସ, ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚିଫ ମ୍ୟାନେଜର ସେଲସ ଏଣ୍ଡ ବିଜିନେସ ଡେଭଲପମେଣ୍ଟ ବିଷ୍ଣୁ ଚରଣ ସାହାଣୀସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଦେବା ଶିଶପରୀଡ଼ା ଚିଫ ମେନେଜର କ୍ରେଡିଟ ଧନ୍ୟବାଦ ଅର୍ପଣ କରିଥିଲେ।ସମୂର୍ଦ୍ଧିତ ହେବାପରେ ଡାକ୍ତର ଦ୍ଵୟ ଖୁସୀ ବ୍ୟକ୍ତ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































