ନରସିଂହପୁର ରେ ମାଇହାତୀର ମୃତୁ
ନରସିଂହପୁର(ସୁବ୍ରତ କୁମାର ମିଶ୍ର)
କଟକ ଜିଲ୍ଲା ନରସିଂହପୁର ବନଖଣ୍ଡ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଦୀର୍ଘ ତିନିମାସ ଅକ୍ଳାନ୍ତ ପରିଶ୍ରମ କରି ହାରିଗଲେ ଡାକ୍ତରଙ୍କ ସହ ପଶ୍ଚିମାଞ୍ଚଳର ବନ କର୍ମଚାରୀ। ଘଟଣା ରୁ ପ୍ରକାଶ ଯେ, ନରସିଂହପୁର ପଶ୍ଚିମାଞ୍ଚଳରେ ଗୋଟିଏ ମାଈ ହାତୀ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ଖବର ପାଇ ବନ କର୍ମଚାରୀମାନେ ପ୍ରାଣୀ ଚିକିତ୍ସକଙ୍କ ମାଧ୍ୟମରେ ହାତୀଟି କୁ ସୁସ୍ଥ କରିଥିଲେ। କିନ୍ତୁ ମେ ମାସ ରୁ ହାତୀଟି କିଛିଦିନ ପାଇଁ କୁଆଡେ ଚାଲି ଯାଇଥିଲା ବେଳେ ଗତକାଲି ହାତୀ ଟିକୁ ଠାବ କରିଥିଲେ ବନ କର୍ମଚାରୀ। ହାତୀକୁ ମୃତ୍ୟୁ ଅବସ୍ଥାରେ ପାଇଥିଲେ ବନ ବିଭାଗର କର୍ମଚାରୀମାନେ। ମୃତ୍ୟୁ ବେଳକୁ ହାତୀଟିର ବୟସ ୪୦ ବର୍ଷ ବୋଲି ରେଞ୍ଜର କହିଛନ୍ତି। ହାତୀଟିର ମୃତ୍ୟୁ କୁ ନେଇ ବନ୍ୟ କର୍ମଚାରୀ ତଥା ଦୀର୍ଘ ତିନି ମାସ ସେବା କରିଥିବା ପ୍ରାଣୀ ଚିକିତ୍ସକଙ୍କ ମନରେ ନିରାଶା ଭାବ ଦେଖାଯାଇ ଥିବା ବେଳେ, ଘଟଣା ସ୍ଥଳରେ ଆଠଗଡ଼ ଡ଼ି.ଏଫ.ଓ. ପହଞ୍ଚି ତଦନ୍ତ କରିଥିଲେ । ତେବେ ହାତୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ବନ ବିଭାଗ କର୍ମଚାରୀ। ରାଜ୍ୟ ସରକାର ବନଖଣ୍ଡକୁ ଗୁରୁତ୍ୱ ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଅଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































