ସୁଡ୍ରୁ କୁମ୍ପା ବନବିଭାଗ ରେ ୭୨ତମ ବନମହୋସ୍ଥବ ପାଳିତ
ଫୁଲବାଣୀ- (ସୁନୀଲ ପଟନାୟକ)
ଫୁଲ ବାଣୀବନବିଭାଗ ଡିଭିଜନ ଅନ୍ତର୍ଗତ ସୁଡ୍ରୁ କୁମ୍ଫା ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।
ଏହି ଅବସରରେ ରେ ଜଂଅଧିନ କୁଣ୍ଡ । ପଥର ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।
ଏହି ଅବସରରେ ରେ ଜଂ ଅଫିସର ଶିଶିର କୁମାର ଝାଙ୍କର ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲ ସୁରକ୍ଷା କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ କୁଣ୍ଡା ପଥର ସଂରକ୍ଷିତ ଜଙ୍ଗଲରେ ବୃକ୍ଷ ରୋପଣ କରିଥିଲେ ରେ ଜଂର ଶିଶିର ଝାଙ୍କର। ଏକ ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହିବନମ6ହ।ତ୍ସବ କାର୍ଯ୍ୟକ୍ରମ ଅବସରରେ ସୁଡ୍ରୁ କୁମ୍ପା ରେ ଜଂ ଅଧିନରେ ବିଭିନ୍ନ ଗ୍ରାମ ।ଞ୍ଚଳରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ସଚେତନ କରାଯିବା ସହ ବ୍ୟାପକ ଔଷଧୀୟ ବୃକ୍ଷସମେତ ଅନ୍ୟାନ୍ୟ ବୃକ୍ଷ ଚାରା ରୋପଣ କରାଯିବ ବୋଲି ରେ ଜଂର ଝାଙ୍କର କହିଛନ୍ତି ।
ବିଶେଷକରି ସଂପୃକ୍ତ ରେ ଜଂଅଧିନରେ ଲୋକମାନେ ଜଙ୍ଗଲ ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷାକରିବା ନେଇ ସଚେତନ ଥିବା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବା ଫଳରେ ରେଜଂଅଧିନରେ ପୁର୍ବ । ପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା କୁହାଯାଉଛି।
ଏଥିରେ ଯୁବ ରେ ଜଂର ଶିଶିର କୁମାର ଝାଙ୍କର ,ବନ ପାଳ ରଞ୍ଜିତ କୁମାର ଆପଟଙ୍କ ସମେତ . ବନରକ୍ଷୀ, ଆମଜଙ୍ଗଲ ଯୋଜନା କମିଟି ସଭାପତି ସୂର୍ଯ୍ୟକାନ୍ତ ମଲିକ ପ୍ରମୁଖଙ୍କ ନିଷ୍ଠା ଓ ଆନ୍ତରୀକତା ସାଙ୍ଗକୁ କାର୍ଯ୍ୟଦକ୍ଷତା ଯୋଗୁଁ ଜଙ୍ଗଲ ବୃଦ୍ଧି ପାଇଥିବା ସାଙ୍ଗକୁ ବନ୍ୟପ୍ରାଣୀଙ୍କ ମଧ୍ୟ ସୁରକ୍ଷା ହୋଇପାରିଥିବାଜଣାପଡିଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ସଂଗଠନପାହାଡର ମୁଖ୍ୟ ପଞ୍ଚାନନ ମିଶ୍ର, ସ୍ଵେଛାସେବୀ ସର୍ବେଶ୍ଵର ମାଝି, ରମେଶ ବେହେରା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































