ଚାହାଳୀ ପଞ୍ଚାୟତରେ ଟିକା କରଣ ପାଇଁ ମୋଟର ସାଇକେଲ ରାଲି
ଫୁଲ ବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା, ଚକାପାଦ ବ୍ଲକର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ଚାହାଳୀ ପଞ୍ଚାୟତର ୨୧ଟି ୱାର୍ଡରେ ଟିକା ଗ୍ରହଣ ପାଇଁ ଅନ୍ତରଙ୍ଗ, ଚକାପାଦ ବ୍ଲକ ପ୍ରଶାସନ ଓ ପ୍ରଦାତା ଅନୁଷ୍ଠାନ ପକ୍ଷରୁ ମୋଟର ସାଇକେଲ ରାଲି କରାଯାଇଛି। ମୋଟର ସାଇକେଲ ରାଲିକୁ ସରପଞ୍ଚ ମନୁ ମଲ୍ଲିକ ଓ ସମିତି ସଭ୍ୟା ଶ୍ରୀମତୀ ପୁଷ୍ପଲତା ବେହେରା ଉଦଘାଟନ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୀଲ କୁମାର ପଟ୍ଟନାୟକ, ତହସିଲଦାର ଶ୍ରୀମତୀ ମଧୁସ୍ମିତା ବେହେରା, ପ୍ରଦାତା ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ଦାସ, ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଉପସ୍ଥିତ ଥିବା ବେଳେ ୱାର୍ଡ ସଭ୍ୟ, ସଭ୍ୟା ମାନେ, ଆଶା କର୍ମୀମାନେ, ଅନ୍ତରଙ୍ଗର ସ୍ବେଚ୍ଛାସେବୀ ଓ ଚକାପାଦ ବ୍ଲକର କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏହି ରାଲିରେ ମୋଟ ୧୮ଟି ମୋଟର ସାଇକେଲରେ ୩୬ ଜଣ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିବା ବେଳେ ୩ଟି ଟିମ୍ କରି ସମସ୍ତ ଯୋଜନା ପ୍ରସ୍ତୁତି ଅନୁସାରେ ସମସ୍ତ ୱାର୍ଡରେ କୋଭିଡ୍ ଟିକାର ଉପକାରିତା ଏବଂ ଟିକା ଗ୍ରହଣ କରିବା ପାଇଁ ଗାଁ ଗାଁରେ ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ। ଏହାର ମୂଳ ଉଦ୍ଦେଶ୍ୟ ବର୍ତ୍ତମାନ କରୋନା ମହାମାରୀର ଦ୍ବିତୀୟ ଲହର ସମୟରେ ସରକାରଙ୍କ ଦ୍ୱାରା ମାଗଣା ଟିକା କରଣ ଏବଂ ଟିକା ଗ୍ରହଣ କରି ସୁସ୍ଥ ଜୀବନ ଓ ସୁରକ୍ଷିତ ଜୀବନ ପାଇଁ ପ୍ରୟାସ କରୁଥିବା ବେଳେ ଚାହାଳୀ ପଞ୍ଚାୟତରେ ଅଧିକାଂଶ ଲୋକମାନେ ଟିକା ଗ୍ରହଣ କରୁ ନଥିବା ଦେଖିବାକୁ ମିଳୁଛି ଯାହାଫଳରେ ବ୍ଲକ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଅନିଲ କୁମାର ପଟନାୟକ ଙ୍କ ନେତୃତ୍ବରେ ଚାହାଳୀ ପଞ୍ଚାୟତକୁ ଏକ ମିଶନ ମୁଡ଼୍ ହିସାବରେ ଟିକା କରଣ କରେଇବା ଏବଂ ମିଥ୍ୟା ତଥ୍ୟ ଓ ଗୁଜବ କଥାକୁ ବିଶ୍ବାସ କରି ଟିକା କରଣ ସମୟରେ ଲୁଚି ଯାଉଥିବା ଲୋକମାନଙ୍କ ମନରେ ଏକ ସତ୍ୟତା ଉପରେ ବିଶ୍ୱାସ ଯୋଗାଇ ଟିକା କରଣ ଗ୍ରହଣ କରିବା ପାଇଁ ଏହି ପ୍ରୟାସ କରାଯାଇଛି। ତତସହିତ ଆଜି ଅନ୍ତରଙ୍ଗର ସ୍ବେଚ୍ଛାସେବୀ ଓ ସହଯୋଗୀ ମାନଙ୍କ ଦ୍ଵାରା କରାଯାଇଥିବା ସଚେତନତା ଅନୁସାରେ ଆଗାମୀ ଦିନରେ ଟିକା କରଣ ଶିବିର କରାଗଲେ ଟିକା ଗ୍ରହଣ କରି ନଥିବା ସମସ୍ତେ ୪୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ବର୍ତ୍ତମାନ ୧୮ ରୁ ୪୪ ବର୍ଷର ବ୍ୟକ୍ତିବିଶେଷଙ୍କୁ ଦିଆଯାଉଥିବା ଟିକାକୁ ଗ୍ରହଣ କରିବା ପାଇଁ ରାଜି ହୋଇଥିବା ମତ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ଦୂରଦୂରାନ୍ତରେ ଅଧିକାଂଶ ଗାଁ ଗୁଡିକ ରହିଥିବାରୁ ଲୋକମାନଙ୍କ ଇଚ୍ଛା ମୁତାବକ ଟିକା କରଣ କେନ୍ଦ୍ର କରାଯିବା ପାଇଁ ସ୍ଥିର କରାଯାଇଛି। ସେହି ଅନୁସାରେ ସମସ୍ତେ ସୁବିଧାରେ ଟିକା ଗ୍ରହଣ କରିପାରିବେ ବୋଲି ଅନୁମାନ କରାଯାଉଛି।
ରାଲିରେ ସରପଞ୍ଚ ମନୁ ମଲ୍ଲିକ , ସମିତି ସଭ୍ୟା ପୁଷ୍ପଲତା ବେହେରା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଟିମକୁ ଗାଁ ଗାଁରେ ପହଞ୍ଚାଇବା ଏବଂ ସଚେତନ କରିବା ପାଇଁ ଦାୟିତ୍ବ ଗ୍ରହଣ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଅନ୍ତରଙ୍ଗର ନୀଳମାଧବ ପାତ୍ର, ଧନପତି କହଁର, ତରଣୀସେନ ପ୍ରଧାନ ଲକ୍ଷ୍ମଣ ପଣ୍ଡା ଓ ଅନ୍ୟମାନେ ସହଯୋଗ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































