ଫସଲ ବିମା ସପ୍ତାହ ଅବସରରେ ସଚେତନତା ରଥ
।
ଫୁଲବାଣୀ- (ସୁନୀଲ ପଟନାୟକ)
ଫସଲ ବିମା ସପ୍ତାହ ଅବସରରେ କନ୍ଧମାଳ ଜିଲ୍ଲାର ଜିଉଦୟଗିରି ବ୍ଳକର ଗୋଷ୍ଠୀକୃଷି ପରାମର୍ଶ କେନ୍ଦ୍ର ପରିସରରେ କେନ୍ଦ୍ର ସରକାରଙ୍କଦ୍ଵାରା ଆଜାଦି କାଅମୃତ ମହୋତ୍ସବ ଭାରତ ୭୫ କ୍ୟାମ୍ପେନର ଅଧିନରେ ଫସଲ ବିମା ସପ୍ତାହ ପାଳିତ ହୋଇ ଥିଲା। ଏହା ୧ ରୁ ୭ ଯାଏ ଚାଲିବ।
ଏହି କାର୍ଯକ୍ରମ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକ ।ରି ପ୍ରଶାନ୍ତ ଶତପଥି ଯୋଗଦେଇଥିବା ବେଳେ ତହସିଲଦାର ଡ. ଜନ୍ମେଜୟ ସାହୁ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରି ଅଜୟ କୁମାର ପରୀଡ଼ା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମସ୍ତ ଚାଷୀ ଫସଲ ବିମା କରି ମରୁଡି ହେଉ କି ରୋଗ ପୋକ ଯୋଗୁଁ ଫସଲ ନଷ୍ଟ ହେଲେ କ୍ଷତିପୁରଣ ପାଇପାରିବେ ବୋଲି କହିବା ସହ ଏହାର ଫାଇଦା ନେବା ପାଇଁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଏକ ସଚେତନତା ରଥ ଜି.ଉଦୟଗିରି ବ୍ଳକର ସମସ୍ତ ପଞ୍ଚାୟତ ବୁଲି ଫସଲ ବିମା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବ ।
ସୂଚନାଯୋଗ୍ୟ ଏହି ରଥ ଦେଶର ବଛାବଛ। ୭୫ଟି ଜିଲ୍ଲାରେ ବୁଲୁଥିବାବେଳେ ଓଡ଼ିଶାର ୧୦ଟି ଜିଲ୍ଲା ମଧ୍ୟରୁ କନ୍ଧମାଳରଜି ଉଦୟଗିରି ବ୍ଲକକୁ ଚିହ୍ନଟ କରାଯାଇଥିବା କଥା ଜିଲ୍ଲା ମୁଖ୍ୟ କୃଷି ଅଧିକରି ଶତପଥି କହିଛନ୍ତି ।
ଏହି କାର୍ଯକ୍ରମରେ ରିଲାଏନ୍ସଇନସ୍ୟୁରାନ୍ସ କଂପାନୀରଜିଲା ପରିଚାଳକ ପ୍ରମୋଦ ମହାପାତ୍ର, ଜିଲ। ସଂଯୋଜକ ସୁଶାନ୍ତ ସେଠି .ଗୋଷ୍ଠୀ ସଂଯୋଜକ ଚନ୍ଦ୍ରଶେଖରପାଢିପ୍ରମୁଖ ଉପସ୍ଥିତ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































