ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ରାସ୍ତା କଡରେ ବିପଦ ସଙ୍କୁଳ ଗଛ
ଫୁଲ ବାଣୀ-( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନର ରାସ୍ତାକଡରେଖଣ୍ଡା ଭଳି ଝୁଲି ରହିଛି ଅନେକ ଗଛ । କେତେବେଳେ କାହା ଉପରେ ପଡିବ କହିବା ମୁସ୍କିଲ । ଏହି ଅବସ୍ଥାରେ ସେହି ପାଖରେ ଥିବା ଲୋକେ ଓ ରାସ୍ତାଦେଇ ଯାଉଥିବା ଲୋକେ ସବୁ ସମୟରେ ବିପଦ ମଣୁଛନ୍ତି । ଏବେ ପୁଣି ବର୍ଷାଦିନ ତା ସାଙ୍ଗକୁ ପବନ ବି । ଏ ଭଳି ପରିସ୍ଥିତିରେ ଗଛ ସବୁ ପୁର୍ତ୍ତ ବିଭାଗ କି ଜଙ୍ଗଲ ବିଭାଗ କେହି ମଧ୍ୟ ଦୃଷ୍ଟି ନ ଦେଇ ବିପଦକୁ ଅପେକ୍ଷା କରିଛନ୍ତି।
ଅଭିଯୋଗ କଲେ ବି ଶୁଣୁ ନାହାଁନ୍ତି।
ଗଛ ପଡି କ୍ଷୟକ୍ଷତି ହେବା ଖବର ମିଳିଲେ ଗଚ୍ଛସଫା କରିବାପାଇଁ ଆସିବ ବୋଲି କୁଆ ଡ଼େ ଅପେକ୍ଷା କରିଛି।
ଫୁଲବାଣୀ ସହରର ବିଏସଏନଏଲ. ଅଫିସ,ସର କ।ରି ବାଳିକା ବିଦ୍ୟ। ଳୟ, ମାଦି କୁନ୍ଦା ଛକ, ଆଦି ବିଭିନ୍ନ ରାସ୍ତାରେ ଗଛମାନ ବିପଦ ସଙ୍କୁଳ ଅବସ୍ଥାରେ ଥିବା 6 ବଳେ ବାଲିଗୁଡା,ଚକାପାଦ ଆଦି ବିଭିନ୍ନ ବ୍ଲକ ଅଞ୍ଚଳରେ ମଧ୍ୟ ଗଛଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।
ଏଥିପ୍ରତି ପୁର୍ତ୍ତ ବିଭାଗ ଓ ଜଙ୍ଗଲ ବିଭାଗ ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଜରୁରି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































