ମନରେଗା ଯୋଜନା ଆଣ୍ଠେଇଛି ଶ୍ରମିକ ବଦଳରେ ମେସିନକରୁଛି କାମ
ଫୁଲବାଣୀ- (ସୁନୀଲ ପଟନାୟକ)
ସରକାର ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକୁ ଶହେ ଦିନର କାର୍ଯ୍ୟଯୋଗାଇଦେବା ଲାଗି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ଶ୍ରମିକମାନଙ୍କୁ ଚିହ୍ନଟ କରି ଜବକାର୍ଡ ବି ପ୍ରଦାନ କରିଛନ୍ତି। ହେଲେ ସେମାନଙ୍କୁ କାର୍ଯ୍ୟରେ ନଲଗ। ଇ ଖୋଲାଖୋଲି ଭାବେ ମେସିନ ଜରିଆରେ କାମ କରୁଛନ୍ତି । ଅଭିଯୋଗ କଲେ ଜେସିବି ମାଲିକ ଜିଆରଏସ ଓ ଯନ୍ତ୍ରୀ ମିଶି ହିତାଧିକ ।ରୀ ଙ୍କୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି । କହୁଛନ୍ତି ତମେ ଏ ସବୁ କଷ୍ଟ କାମପାରିବ ନି କେବଳତମେ ଜବକାର୍ଡ଼ ଦେବ ଆଉ ତା ବଦଳରେ ଆମେ କିଛି ଦେବୁ ସେତିକିରେ ଖୁସି ହୁଅ, ବୋଲି କହୁଛନ୍ତି କୁ ଆଡେ । ଯନ୍ତ୍ରୀଙ୍କ ଜ୍ଞାତସାରରେ ମେ ସିନ ଲଗାଯାଉଥିବା କୁହାଯାଉଛି ।
କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ର ଦୁର୍ଗମ ବେଲଘର,ଗୁମା, ଆଦି ପଞ୍ଚାୟତରେ ମେସିନ ଲଗାଇ କାମ ହେଉଥିବା ଦେଖିବାକୁ ମିଳିଛି ।
ଏପଟେ .ବେଲଘର ପଣ୍ଡାମାସ୍କା ଠାରେ ମନରେଗା ବୋର୍ଡ ଲଗାଯାଇଛି। ଅଟକଳମୂଲ୍ୟ୬ଲକ୍ଷ ଲେଖା ଯାଇଛି ।
ତେବେ କାମ ଆରମ୍ଭ କେବେ ଓ ଶେଷ କେବେ ତାହା ଲେଖାଯାଇନି .।ସେପରି କେତେ ଅଣକୁଶଳୀ ଶ୍ରମ ଦିବସ ସୃଷ୍ଟି ହେବ ବା 6ହାଇଛି ତାହା ବି ଲେଖାଯାଇନି । କେବଳ ଦୈନିକ ମଜୁରୀ ୨୧୫ ଟଙ୍କା ଜଣକୁ ଦିଆଯିବ ବୋଲି ଉଲ୍ଲେଖ ରହିଛି ।
ଏନେଇ ଯନ୍ତ୍ରୀଙ୍କୁ ପଚାରିଲେ ସେ ଏ ବିଷୟରେ କିଛି ମୁହଖୋଲୁ ନ ଥିବାବେଳେ ଜିଆରଏସ ଉପରକୁ ସବୁ ଦୋଷ ଠେଲିଖସି ଯାଉଛନ୍ତି ।
ଏପରି ସ୍ଥଳେ ଲୋକେ ଗାଁରେ କାମ ଧନ୍ଦା ନ ପାଇ ଜୀବନ କୁ ବାଜି ଲଗାଇ ଦାଦନ ଖଟିବାକୁ ବାଧ୍ୟହୋଇ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ଏପଟେ ସରକାରଙ୍କ ଲକ୍ଷ୍ୟ ମଧ୍ୟ ସ। ଧିତ ହେଉନି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ସବୁ ଯୋଜନା ବନ୍ଦକରି ମନରେଗାରେ ଗ୍ରାମର
6ଲାକଙ୍କୁ ପର୍ଯ୍ୟାପ୍ତ ପରିମ।ଣର କାମଧନ୍ଦା
ଯୋଗ।ଇଦେବା ଲାଗି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହେଲେ କହିବା କାହାକୁ ଆଉ
ଶୁଣୁଛି କିଏ ?କ ପାଳରେ କର ମାରିବା ସିନା ସାର ହେଉଛି ।
ଜିଲ୍ଲା ପ୍ର ଶାସନ ଓ ପ୍ରକଳ୍ପ ନିର୍ଦ୍ଦେଶକ୍ ଡିଆରଡିଏ ଏଥିପ୍ରତି ଦୃଷ୍ଟିଦେଇକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































