୭୨ତମବନମହୋତ୍ସବ ରାଇକିଆ ଚାରା ବିତରଣ କେନ୍ଦ୍ର ଉଦଘାଟିତ
ଫୁଲବାଣୀ-(ସୁନୀଲପଟନାୟକ) ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଁଏ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜପରିବେଶ ସୃଷ୍ଟି ହେବ ଓ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି ୭୨ତମବନମହୋତ୍ସବ ଅବସରରେ ରାଇକିଆ ବନବିଭାଗ ରେ ଜଂ ପକ୍ଷରୁ ବିଜୟ ହାଇସ୍କୁଲ ନିକଟରେ ଏକଚ।ରା ବିତରଣ କେନ୍ଦ୍ର,ର ଶୁଭ ଉଦଘାଟନ ଅବସରରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନୀରାୟଣ ବେହେରା (ଆଇଏଫଏସ) ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସେହିପରି ଡିଏଫଓ ବେହେରା ଲୋକଙ୍କୁ ବିଭିନ୍ନ କିସମରବୃକ୍ଷ ଚାରା ପ୍ରଦାନ କରିଥିଲେ । ଲୋକେ ମଧ୍ୟ ଆଗ୍ରହ ସହ କ।ରେ ବୃକ୍ଷଚାରା ନେଉଥିବା ଦେଖାଯାଇଥିଲା। ସମସ୍ତଙ୍କ ଆନ୍ତରୀକ ସହଯୋଗ ରେ ପୂର୍ବାପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା କଥା କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରାଇକିଆ ରେ ଜଂର ସୁନୀଲ କୁମାର ସାହୁ ଓ ଅନ୍ୟ ବନ କର୍ମଚ।ରୀମାନେ ଉପସ୍ଥିତ ଥିଲେ।
ଏହା ପରେ ଡିଏଫ ଓ ଶ୍ରୀ ବେହେ ରା ଏକ
ଭ୍ରାମ୍ୟମାଣଚାରା ବିକ୍ରୟ ଗାଡିକୁ ମଧ୍ୟ ସବୁଜ ପତାକା ଦେଖାଇ ଉଦ ଘାଟନ କରିଥିଲେ।ସେହିପରି ବନବିଭାଗରେ କାର୍ଯ୍ୟରତ ଶ୍ରମିକମାନଙ୍କୁ କରୋନା ସଚେତନ କରିବା ସହ ମାସ୍କ, ସାବୁନ , ଓ ସାନିଟାଇଜର ପ୍ରଦାନ କରିଥିଲେ। ସେହିପରି କିଲୁଣ୍ଡି ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟଅନୁଷ୍ଠିତ ହୋଇଥିଲା
ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇଥିବାବେଳେ ବହୁବନ ବିଭାଗ ଅଧିକାରୀମାନେଯୋଗଦେଇଥିଲେ।
ଏହି ବନମ6ହ।ତ୍ସବ ଜୁଲାଇ ୭ ଯାଏ ଚାଲିବ ।
ଏହି ଅବସରରେ ରାଇକିଆ ରବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ରେଞର ସୁନୀଲ କୁମାର ସାହୁ କହିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































