କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶପାଇଁ ଏମସିଏଲ ୪କୋଟି ଟଙ୍କା ଦେବ
.
ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ମହାନଦୀ କୋଲଡ ଫିଲଡ଼ (ଏମସିଏଲ) ସହଯୋଗର ହାତ ବଢାଇଛି । ଆଜି ସୋମବାର ଏନେଇ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ କନ୍ଧମାଳ ଜିଲ୍ଲାପାଳ ଡାବୁନ୍ଦାଡିଆଇଏଏସଙ୍କ ସହ ଏମସିଏଲର ଜେନେରାଲ ମ୍ୟାନେଜର(ସି ଏସ ଆର)ପି.କେ ଚକ୍ରବର୍ତ୍ତୀଙ୍କ ସହ ଏମଓୟୁ ସ୍ଵାକ୍ଷର ହୋଇଛି ।
ଆରୋହଣ ଯୋଜନାରେ କନ୍ଧମାଳ ଜିଲ୍ଲାରେ ୧୯ଟି ସରକାରି ସ୍କୁଲର ଭିତ୍ତିଭୂମୀ ରବିକାଶପାଇଁ ମୋଟ୪,୦୪ କୋଟି ଟଙ୍କା ଅର୍ଥ ଅନୁବାନଯୋଗାଇଦେବ।
ଏଥିରେ ଏହି ୧୯ଟି ସ୍କୁଲକୁ ଉନ୍ନତମାନର ଟେବୁଲ ଚେୟାର,ଏଲଇଡି ଲାଇଟ,ଆଦି ଆବଶ୍ୟକ ସରଞ।ମଯୋଗାଇଦିଆଯିବା ଏଥି ସହ ଆବଶ୍ୟକତା ଅନୁଯାୟୀ ଟଏଲେଟସ, ଅତିରିକ୍ତ ଶ୍ରେଣୀଗୃହ, ଡାଇନିଙ୍ଗ ହଲ ଆଦି ନିର୍ମାଣ କରାଯିବ ବୋଲି ଜଣାପଡିଛି ।
ଫଳରେ ପାଠପଢିବା ଲାଗି ଉନ୍ନତ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି ହେବ। ସହ ଭିତ୍ତିଭୂମୀ ର ବିକାଶ ହୋଇପାରିବ ବୋଲି ଜିଲ। ପାଳ କହିଛନ୍ତି ।ଯ ଦ୍ଵାରା ସରକାରୀ ସ୍କୁଲରେ ପାଠ ପଢିବା ଲାଗି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିବ ।
ଏ ସବୁ କାର୍ଯ୍ୟଆଗାମୀ ୨ ବର୍ଷ ମଧ୍ୟରେ ସମାପ୍ତ ହେବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































