ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ନେଇ ବିଜେପିର ଆଠଗଡ ବ୍ଲକ ଘେରାଉ,ଆଠଗଡ ଏନଏସିରେ ଶହେ କୋଟି ଟଙ୍କାର ଆବାସ ଦୁର୍ନୀତି ଅଭିଯୋଗ
ଆଠଗଡ(ଉଲାପ୍ର)ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କାକୁ ବିଜେଡି ସରକାର ବାଟ ମାରଣା କରୁଥିବାରୁ ଏହାକୁ ନେଇ ତାତିଛି ଓଡିଶା ବିଜେପି,ସବୁ ନିର୍ବାଚନ ମଣ୍ଡଳୀର ବ୍ଲକ ଓ ଏନଏସି ଅଫିସ ଆଗରେ ବିଜେପି ଦଳ ପ୍ରତିବାଦ ଆରମ୍ଭ କରିଛି,ଗୁରୁବାର ଦିନ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ଦଳୀୟ ଅଫିସ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ଆଠଗଡ ବ୍ଲକ ଅଫିସ ଠାରେ ପହଁଚି ଥିଲେ ଦଳୀୟ କର୍ମୀ,ବ୍ଲକ ଅଫିସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ ବିଜେପି କର୍ମୀମାନେ, ରାଜ୍ୟରେ ହଜାରେ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୁଟ ହୋଇଥିବା ବେଳେ ଆଠଗଡ ରେ ଶହେ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆବାସ ଲୁଟ ହୋଇଛି,ବିଧାୟକ ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟୁଥିବା ବେଳେ ଏହି ଯୋଜନାରୁ ସାଧାରଣ ଜନତା ବଂଚିତ ହେଉଥିବା ବିଜେପି ନେତା ବ୍ରଜେନ୍ଦ୍ର ରାୟ ଅଭିଯୋଗ କରିଛନ୍ତି,ସେ ଆହୁରି ମଧ୍ୟ କହିଛନ୍ତି ଆଠଗଡ ବ୍ଲକ ଛଡା ଆଠଗଡ ଏନଏସିରେ ଶହେ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ହୋଇଛି,ଯୋଉଥିରେ ଦଳୀୟ ଭିତ୍ତିରେ ଯୋଉମାନଙ୍କର କୋଠାଘର ଅଛି ସେହିଭଳି ଯୁବକ ତଥା ଦଳୀୟ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରାଯାଇଛି,ଆଉ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି,ସରକାର ଏହା ଉପରେ ତଦନ୍ତକରି ଯୋଉ ମାନଙ୍କର କୋଠାଘର ଅଛି ସେମାନେ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି ସେହି ବ୍ୟକ୍ତିମାନେ ଏହି ଆବାସ ଯୋଜନା ଘର ଫେରାଇ ବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି,ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ ରେ ପ୍ରମୋଦ ରାୟ, ବିଚିତ୍ରନନ୍ଦ ଜେନା,ପ୍ରକାଶ ସେଠି,ଜଗଦାନନ୍ଦ ତ୍ରିପାଠୀ,ପ୍ରଫୁଲ ପରିଡା,ନାଚିିିକେତାା ପରମାାନିିକ, ନୂତନ ରାଉତ,ପ୍ରଦୀପ ମହାପାତ୍ର,ତପନ ଲେଙ୍କା ଓ ଅନେକ ମହିଳା ସଦସ୍ୟ ଯୋଗଦେଇଥିଲେ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି କୁ ନେଇ ବିଜେପି ଦଳ ତରଫରୁ ଆଠଗଡ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































