ଫୁଲବାଣୀ ଜିଲ୍ଲାରେ ମୋବାଇଲ ଟାୱାର ନାହିଁ,ପିଲା ଗଛ ଡାଳରେ ବସି ପାଠ ପଢୁଛନ୍ତି
ଗଛ ଡାଳରେ ପାଠପଢ଼ା
ଫୁଲବାଣୀ- (ସୁନୀଲ ପଟନାୟକ)
ଦେଖନ୍ତୁ ସାର । ସରକାର କରେ । ନା ମହାମାରି ପାଇଁ ଗତ ମାର୍ଚ୍ଚ ୨୦୨୦ ରୁ ସ୍କୁଲ କଲେଜ ସବୁ ବନ୍ଦ ରଖିଛନ୍ତି। ଅନଲାଇନରେ ପାଠ ପଢାଉଛନ୍ତି। ଶେଷରେବାପାଙ୍କୁ କହି କହି ଫୋର ଜିମୋବାଇଲ ଟିଏକଣିଲି ପଢିବି ବୋଲି । ହେଲେ ଗାଁକୁ ନେଟୱାର୍କ ଆସୁନି । ଫଳରେ ଘରୁ ଦୁରରେ ଥିବା ଏହି ଗଛ ନିକଟରେ ନେ ଟ ୱାର୍କ ଟିକିଏ ଧରୁଛି ଏଣୁ ଗଛ ଡାଳରେ ବସି ପାଠ ପଢୁଛି ବୋଲି ଛାତ୍ର ଜଣକ କହିଛନ୍ତି।
ସ୍କୁଲ କେବେ ଖୋଲିବ ଆଉ ସ୍ଵାଭାବିକଭାବେ ପାଠପଢା ଆରମ୍ଭ ହେବ କେହି କିଛି ସ୍ପଷ୍ଟଭାବେ କହିପାରୁ ନାହି।ନ୍ତି।ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବର୍ଷ ମଧ୍ୟ ଜୁନ ୨୧ରୁ ଅନଲାଇନ ଓ ୟୂଟି ଉବ ମାଧ୍ୟମରେ ପାଠପଢା ଆରମ୍ଭ କରି ଛନ୍ତି ସରକାର ।
ଅନଲାଇନ ପାଠ ପାଇଁ ବାମୀ ଫୋର ଜି ମୋବାଇଲ ଜରୁରୀ। ହେଲେ କନ୍ଧମାଳ ଏକ ଆଦିବାସି ବହୁଳ କନ୍ଧମାଳ ଜିଲ୍ଲାରେ ଅନେକ ପଞ୍ଚାୟତ ଓ ଗାଁ ରହିଛି। ଯେଉଁଠି ମୋବାଇଲ ଟାୱ୍ଵାର ନାହିଁ ଆଉ ତା ସାଙ୍ଗକୁ ଫୋର ଜି ମୋବାଇଲ ମଧ୍ୟ ନାହିଁ। ଏମିତିରେ ଛାତ୍ର ଓ ଛାତ୍ରୀମାନେ କିପାଠ ପଢିବେ ଜଣାପଡ଼ୁନି।
ନେଟୱାର୍କ ସମସ୍ୟା ଯୋଗୁୁ ଅନେକ କାଟବଣଜଙ୍ଗଲ ଡ଼େ ଇଂ ଯାଇ ପାଠ ପଢ଼ୁଛନ୍ତି । କେହି କେହି ଗଛ ଡାଳରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି । ଏ ଭଳି ଅବସ୍ଥା ବାଲିଗୁଡା ବ୍ଲକ ରୁତୁଙ୍ଗିଆରେ ଦେଖିବାକୁ ନ
ମିଳିଛି । ସେହିପରି ବୁଡ୍ରୁ କିଆ ପଞ୍ଚାୟତରେ ଏକା ଅବସ୍ଥା। କେବଳ ଏଦୁଇ ଅଞ୍ଚଳ ନୁହେଁ ଜିଲ୍ଲାର ସଦର ମହକୁମା ଫୁଲ ବାଣୀବ୍ଲକ ସମେତ ଦାରିଙ୍ଗବାଡି କୋଟଗଡ, ତୁମୁଡିବନ୍ଧ, ଫରିଙ୍ଗିଆ, କନୂଆଗାଁ,ରାଇକିଆ ଆଦି ଅନେକ ବ୍ଳକରେ ଥିବା ଶତାଧିକ ଗ୍ରାମରେ ନେଟୱର୍କ ସମସ୍ୟା ରହିଛି । ଏପରି ସ୍ଥଳେ ଜିଲ୍ଲା ରେ ମାତ୍ର ୧୦ର ୧୨ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା କିଛି କିଛି କରୁଥିବାବେଳେ ବାକି ୯୦ ଭାଗ ଛାତ୍ରଛାତ୍ରୀ ପାଠଭୁଲିଗଲେଣି ଆଉ କେତେକ ଛାତ୍ର କେଉଁ ଶ୍ରେଣୀରେ ପଢୁଛନ୍ତି ତାହା ବି ଠିକ ଭାବେ କହିପାରୁନାହାଁ ନ୍ତିା
ଏପରି ସ୍ଥଳେ ସରକ।ରଙ୍କ ଅନଲାଇନ ଶିକ୍ଷା କେତେ ସଫଳ ହେବ ତାହା ଆଗକୁ ଜଣାପଡିବ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































