ବାଇକ୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ବାପା ଙ୍କ ମୃତ୍ୟୁ, ପୁଅ ଗୁରୁତର
ଫୁଲ ବାଣୀ-( ସୁନୀଲ ପଟନାୟକ)
ଶୁକ୍ରବାର ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତିଳକପଡ଼ା ନିକଟରେ ବାଇକ୍ ସହ ଟ୍ରାକ୍ଟରର ମୁହାମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ପୁଅକୁ ଅଗ୍ନିଶମ ବିଭାଗ ସହାୟତାରେ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ମୃତକ ଜଣଙ୍କ ହେଲେ ଟିକାବାଲି ଥାନ। ଅଞ୍ଚଳର କଇଁ ଝର ଗ୍ରାମ ର ଶ୍ୟାମସୁନ୍ଦର
ସାହୁ।
ବାପା ପୁଅ ବାଇକରେକଇଁଝରରୁ ଫୁଲବାଣୀ ଆସୁଥିବାବେଳେ ତିଳକପଡ଼ା ଛକଠାରେ ଟ୍ରାକ୍ଟର ସହ ମୁହାମୁହିଁ ଧକ୍କା ହୋଇଥିଲା ।
ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ଟ୍ରାକ୍ଟର ଜବତ କରିବାସହ ଘଟଣାର ତଦନ୍ତ କରୁଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































