ପୁରୀରେ ରଥ ପ୍ରସ୍ତୁତ, ପଥବି ପ୍ରସ୍ତୁତ,ଆସନ୍ତାକାଲି ହେବ ରଥଯାତ୍ରା
ପୁରୀ(ଓମ ପ୍ରସାଦ ମହାନ୍ତି)ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ,ରଥନିର୍ମାଣ ସରିଯାଇଛି, କପଡା ମଧ୍ୟ ଲଗାଯାଇ ସାରିଛି,ଆଜି ତିନିରଥରେ ଶ୍ରୀ ଜୀଉମାନଙ୍କ ‘ପ୍ରଭା’ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି । ଏହିସହ ତିନିରଥର ‘ଦୁଆର ବେଢା ରେ କନା ପଡିବା ଶେଷ ହେବାସହ ଦୁଆର ବେଢାରେ ଲାଗିଥିବା ମଗର ବତା ଗୁଡିକରେ ମଗର ପଟି ଅଡିବା ଶେଷ ହୋଇଅଛି ।
ଏଥି ସହ ଦରଜୀ ସେବକ ମାନେ ତିନିରଥ ର ବତା କନା ଗୁଡିକର ଜୋଡଣୀ କାର୍ଯ୍ୟ ଶେଷ କରି ତିନିରଥର ସାରଥୀ ମାନଙ୍କର ପୋଷାକ ନିର୍ମାଣ ମଧ୍ୟ ଶେଷ କରିଛନ୍ତି ଏଥିସହ ଠାକୁରଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା କଳା ଛତି, ଧଳା ଛତି ଓ ଓଲାରରେ କନା ପଡିବା କାର୍ଯ୍ୟ ଦରଜୀ ସେବକ ମାନେ କରୁଛନ୍ତି
ଏଥି ସହ ଦରଜୀ ସେବକ ମାନେ ଶ୍ରୀବିଗ୍ରହମାନଙ୍କ ପାଇଁ ୪ଗୋଟି ବିଜେ ତୁଳି ଏବଂ ଦୁଇଗୋଟି ଶିପର ତୁଳି ପ୍ରସ୍ତୁତ କରି ଛନ୍ତି । ଏଥି ସହ ତିନିରଥର ବ୍ରକ ଗୁଡିକରେ ଲାଗିଥିବା ରବର ମ୍ୟାଟ ରେ ଆବଶ୍ୟକ ମରାମତି ସହ କଣ୍ଟା ପଡିବା କାର୍ଯ୍ୟ ଶେଷ ହୋଇଅଛି । ସିଂହାସନ ବେଦି ପାଇଁ ତିନି ରଥର ପ୍ରଭା ଉଠି ଧୂଳି ଦଣ୍ଡାରେ ଲାଗି ଅଛି । କନକ ମୁଣ୍ଡି ଚାନ୍ଦୁଆ, ଉଡା ଚାନ୍ଦୁଆ, ସାରଥୀ ପୋଷାକ ପ୍ରସ୍ତୁତି ସହ ବିଜେ ପାଇଁ ବନାରସୀ ଜରୀ କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଛ ଭାଗ ପାଇଁ ଅପସର ତକିଆ ତିଆରି ଶେଷ ହୋଇଛି ,ଖାଲି ବାକିଅଛି ସୋମବାର ବିନା ଭକ୍ତରେ ରଥଟଣା ହେବା ସମୟକୁ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































