କନ୍ଧମାଳ ଗୋଛାପଡା ଉମା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ ଜାରୀ
୨ଜବାନ ଗୁରୁତର,
ଫୁଲ ବାଣୀ- (ସୁନୀଲ ପଟନାୟକ)
ଶନିବାର କନ୍ଧମାଳ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରେ ଏ ସଓଜି ଡିଭିଏଫ ଜବାନମାନେ କମ୍ବିଙ୍ଗ ଅପରେ ସନ ବେଳେ ମାଓବ।ଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବାଜି ଦୁଇ ଜଣ ଜବାନ ଗୁରତର ଆହତ ହୋଇଥିଲେ।ସେ ଦୁଇ ଜଣକୁ ଜଙ୍ଗଲ ମଧ୍ୟରୁ ବାହାରକୁ ଅଣାଯାଇଥିଲା।କଣ୍ଟାମାଳ ନିକଟରୁ ପୋଲିସ ମହାନିର୍ଦ୍ଦେଶକ୍ ଅଭୟ ନିଜେ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵର ନେଇଥିଲେ। କଣ୍ଟାମାଳ ଡାକ୍ତରଖାନାର ଡାକ୍ତର ସେଠି ଉଭୟ ଜବାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା କରିବା ସଙ୍ଗେ ଏୟାର ଆମ୍ବୁଲାନ୍ସରେ ମଧ୍ୟ ଯାଇଥିଲେ।
ଏବେ ବି ସଂପୃକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେ ସନ ଯୋରଦାର ଚାଲିଥିବା ଜଣାପଡିଛି ।
ଆହତ ଜବାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମସ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ଗୁଳିବିନିମୟ ବେଳେ କିଛି ମାଓବାଦୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































