ଆଜ୍ଞାମାଳ ଆସିବା ପରେ ସିଂହଦ୍ଵାର ରେ ଲାଗିଲା ତିନି ରଥ, ଅପେକ୍ଷା ରଥାଟଣାକୁ
ପୁରୀ(ଓମ ପ୍ରସାଦ ମହାନ୍ତି)ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୁରୀ ବଡଦାଣ୍ଡ ଖାଁ ଖାଁ ଲାଗୁଥିଲେ ମଧ୍ୟ ସେବାୟତ ମାନଙ୍କୁ ଛାଡି କୌଣସି ଭକ୍ତ ବଡ଼ଦାଣ୍ଡରେ ନାହାନ୍ତି,ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମଧ୍ୟରେ ଶ୍ରୀ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନିରଥକୁ ଟଣାଯାଇ ଲଗାଯାଇଛି ସିଂହଦ୍ଵାର ଆଗରେ,କଡା ପୋଲିସ ସୁରକ୍ଷା ମଧ୍ୟରେ ତିନି ରଥ କୁ କେବଳ ସେବାୟତ ମାନେ ଟାଣି ସିଂହଦ୍ଵାର ଆଗରେ ଲଗାଇଛନ୍ତି, ଆସନ୍ତାକାଲି ଶ୍ରୀ ଗୁଣ୍ଡିଚା ପାଇଁ ପୁରୀ ସହରରେ ୭୦
ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି,ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ସେବାୟତ ମାନଙ୍କ ଦ୍ଵାରା ରଥ ଟଣାଯିବ ବୋଲି ନିଷ୍ପତ୍ତି ହୋଇଛି, ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାତି ୧୨ ଟା ରୁ ୧୩ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସହରରେ କର୍ଫୁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି,ପୁରୀ ସହରର ପ୍ରବେଶ ପଥ ଓ ପ୍ରସ୍ଥାନ ପଥକୁ ସମ୍ପୂର୍ଣ ସିଲ କରିଦିଆଯାଇଛି, ଖାଁ ଖାଁ ବଡଦାଣ୍ଡ ଲାଗୁଥିଲେ ମଧ୍ୟ କୋଭିଡ କଟକଣା ମଧ୍ୟରେ ଏହି ରଥଯାତ୍ରା କୁ ସମ୍ପୂର୍ଣ କରିବା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ ବ୍ୟବସ୍ଥା କରି
ସାରିଛି,ଅନ୍ୟପଟେ ଜିଲା ପ୍ରଶାସନ ତରଫରୁ ପୁରୀ ଜିଲାପାଳ ସମର୍ଥ ବର୍ମା ରଥ ଉପରକୁ ଆସି ପୂଜାର୍ଚ୍ଚନା କରିବାପାଇଁ ଗୋବର୍ଦ୍ଧନ ପିଠକୁ ଆସି ପୁରୀ ଶଙ୍କରାଚାର୍ଯ୍ୟ ଙ୍କୁ ନିମନ୍ତ୍ରଣ କରିଛନ୍ତି,ଜଗତଗୁରୁ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥ ଉପରକୁ ଯାଇ ପୂଜାର୍ଚ୍ଚନା କରିବେ ବୋଲି ଜଣାଯାଇଛି, ସେହିପରି ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ରଥ ଉପରେ ଛେରା ପହଁରା କରିବେ ବୋଲି ଜଣାପଡିଛି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































