ତେଲ ଟ୍ୟାଙ୍କର ସହିତ ବାଇକ୍ ଧକ୍କାରେ ଜଳିଗଲା ବାଇକ୍,ଦୁଇ ଜଣ ମୃତ
ଆଠଗଡ଼ ( ଉଲାପ୍ର)ବିଚ୍ ରାସ୍ତା ରେ ଜଳିଗଲା ବାଇକ୍।ତେଲ ଟ୍ୟାଙ୍କର ସହିତ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଜଳିଯିବା ସହିତ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନଂ ରାଜ୍ୟ ରାଜପଥ କୁଲାଇଲୋ ଛକ ନିକଟରେ। ଅନୁଗୋଳ ରୁ କଟକ ଯାଉଥିବା ଏକ ତେଲ ଟ୍ୟାଙ୍କର ସହିତ ମୁହାଁ ମୁହିଁ ଧକ୍କା
ହୋଇଥିଲା ଏକ ବାଇକ୍ ର। ଘଟଣା ସ୍ଥଳରେ ବାଇକ୍ ଟି ଜଳିଯିବା ସହିତ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତକ ଦୁଇ ଜଣ ହେଲେ ଖୁଣ୍ଟୁଣୀ ରମ୍ପେଇ ଗ୍ରାମ ର ଦୋଳଗୋବିନ୍ଦ ନାୟକଙ୍କ ପୁଅ ପ୍ରକାଶ ନାୟକ (୩୯) ଏବଂ ସ୍ଵର୍ଗତ ପ୍ରହଲ୍ଲାଦ ନାୟକ ଙ୍କ ପୁଅ ପ୍ରଦୀପ ନାୟକ ଓରଫ୍ କାଳିଆ (୩୫) ବୋଲି ଜଣାପଡିଛି। ଖବର ପାଇ ଆଠଗଡ଼ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ଆଠଗଡ଼ ପୋଲିସ ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା (୧୩୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































