ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ
 
                                
ଖଣ୍ଡପଡା(ଉଲାପ୍ର)ନୟାଗଡ଼ ଜିଲ୍ଲା ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଙ୍ଘର ବାର୍ଷିକ ଉତ୍ସବ ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ବିନାୟକ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖଣ୍ଡପଡା ର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆହୁରି ମଜଭୁତ ହେବାକୁ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ, ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ,ଆଇନଜୀବୀ ଗିରିଜା ଶଙ୍କର 
ତରାଶିଆ,ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ଭବାନୀ ଶଙ୍କର ସିଂ ସାମନ୍ତ,ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, କଣ୍ଟିଲୋ ଜିଲା ପରିଷଦ ସଦସ୍ୟ ତଥା ସାମ୍ବାଦିକ ରାମେଶ୍ୱର ଶତପଥୀ ପ୍ରମୁଖ ଯୋଗଦେଇ ମତାମତ ରଖିଥିଲେ,ଏହି ଅବସରରେ ଖଣ୍ଡପଡା ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ମଧ୍ୟରେ ଏକ ଲାଇବ୍ରେରୀ ହଲ କୁ ମଧ୍ୟ ଉଦଘାଟନ କରାଯାଇଥିଲା,ଏହି ଲାଇବ୍ରେରୀ ଖଣ୍ଡପଡା ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀ ତଥା ଜନସାଧାରଣ ଏହାର ସୁବିଧା ପାଇପାରିବେ ବୋଲି ମୁଖ୍ୟଅତିଥି ପ୍ରକାଶ କରିଥିଲେ।
 
         
             Odia
 Odia 














































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































