ମହିଳା ଙ୍କ ଝୁଲନ୍ତା ଶବ ପୋତିବାକୁ ନେଇ ପୋଲିସ ବାବୁ ହେଲେ ହଟ ହଟା
ନରସିଂହପୁର (ଉଲାପ୍ର୍)
)କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ରାଜବାଟି ପାଖରେ ଥିବା ଏକ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଗତ କାଳି ରାତିରେ ଘରେ ସ୍ବାମୀ ସ୍ତ୍ରୀ ଥିବା ବେଳେ ସକାଳେ ସ୍ବାମୀ ନିଜ ସ୍ତ୍ରୀ ଲକ୍ଷ୍ମୀରାଣୀ ଖମାର ବୟସ 21…. ଅନ୍ୟ ଏକ ରୁମ୍ ରେ ଝୁଲନ୍ତା ଅବସ୍ଥା ରେ ମୃତ୍ୟୁ ଘଟି ଥିବାର ସୂଚନା ଦେଇଥିଲେ ଏ ନେଇ ନରସିଂହପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଝିଅଘର ପରିବାର ତରଫରୁ କୌଣସି ସହଯୋଗ କରି ନ ଥିଲେ ଫଳରେ ବିଳମ୍ବ ହେବାରୁ ପୁଲିସ ସ୍ଥାନୀୟ ସରପଞ୍ଚ ଙ୍କ ଉପସ୍ଥିତିରେ ସାକ୍ଷ୍ୟ ପ୍ରମାଣ ସହ ଘରେ ପଶି ଝୁଲନ୍ତା ଶବକୁ ଉଦ୍ଧାର କରି ସବ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ମେଡିକାଲ କୁ ପଠାଯାଇଥିବା ବେଳେ ଝିଅ ଘର ତରଫରୁ ଏତଲା ପ୍ରଦାନ କରା ଯାଇ ନଥିବା ସୂଚନା ମିଳିଛି। ପୁଲିସ ସବ ବ୍ୟବଛେଦ କରି ଝୁଲନ୍ତା ମୃତ ଦେହକୁ ନେଇ ନୂଆପାଟଣା ଗ୍ରାମର ସ୍ମଶାନ ରେ ପୋତିବା ପାଇଁ ଆଣିଥିବା ବେଳେ ଆମ୍ବୁଲାନ୍ସ ରେ ଆସିଥିବା କିଛି ଲୋକ ନୂଆପାଟଣା ଗ୍ରାମର ଗ୍ରାମବାସୀ ଲୋକଙ୍କୁ ଗାଳି ଗୁଲଜ କରିବା ପାଇଁ ଧମକଚମକ ଦେବାରୁ ନୂଆପାଟଣା ଗ୍ରାମର ସମସ୍ତ ଲୋକ ନରସିଂହପୁର ଥାନାରେ ଆସି ପହଂଚି ଥିଲେ କିଛି ସମୟ ଥାନା ଆଗରେ ଲୋକଙ୍କ ମଧ୍ୟରେ ତୀବ୍ର ଉତେଜନା ସୃଷ୍ଟି ହୋଇଥିଲା ଶବକୁ ଗ୍ରାମରେ ନପୋତିବା ପାଇଁ ଏହାକୁ ଘୋର ବିରୋଧ କରିଥିଲେ….ନରସିଂହପୁର ଥାନାର ଥାନାଧିକାରୀ ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା…..!ଝିଅ ଘର ପରିବାର ତରଫରୁ ଲିଖିତ ଅଭିଯୋଗ କରା ନ ଗଲେ ପୁଲିସ ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇ ତଦନ୍ତ କରା ଯିବ ବୋଲି ପୁଲିସ ପକ୍ଷ ସୂଚନା ମିଳିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































