କରୋନାପାଇଁଦେଢବର୍ଷ ହେଲାଣି ସ୍କୁଲ ବନ୍ଦ ପାଠ ଭୁଲିଗଲେଣି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ
ଫୁଲ ବାଣୀ-( ସୁନୀଲ ପଟନାୟକ)
କରେ। ନା କଟକଣା ପାଇଁ ଗତଦେଢ଼ବର୍ଷ ହେଲାଣି ସ୍କୁଲ ବନ୍ଦ ଥିବାରୁ ପିଲାମାନେ ସ୍କୁଲ ବାରଣ୍ଡା ମାଡିନାହାନ୍ତି । ଜିଲାର ଗ୍ରାମାଞ୍ଚଳରଛାତ୍ରଛାତ୍ରୀ ପାଠସବୁ ଭୁଲି ଗଲେଣି। ଏପରିକି କିଏ କେତେ ଶ୍ରେଣୀ ପାଠ ପଢୁଛି ସେଇଟା ବି କହିପାରୁ ନାହାନ୍ । କିଏ ପରିବା ବିକ୍ରି କରୁଛି ତ ଆଉ କିଏ ଘର ପାଇଁ ଜଙ୍ଗଲ ଯାଇ ଜ।ଳେଣି କାଠ ସଂଗ୍ରହ କରୁଛି, କିଏ କିଏ ଛେଳୀ ମଧ୍ୟଚରାଉଥିବା ଦେଖିବାକୁ ମିଳିଛି।
ଏଣେ ସରକାର ଅନ୍ଲାଇନ ଶିକ୍ଷ। ବ୍ୟବସ୍ଥା କରିଛନ୍ତି। ହେଲେ ସହରାଞ୍ଚଳରେ କିଛି ହାତଗଣତି ଛାତ୍ରଛାତ୍ରୀ ଅନଲାଇନ କ୍ଲାସ କରୁଥିବାବେଳେ ଗ୍ରାମାଞ୍ଚଳରେନା ନେଟୱର୍କ ଅଛି ନା ପିଲାଙ୍କ ହାତରେ ମୋବାଇଲ ।
ଫଳରେ ଜିଲା 6ର ଶତକଡା ୧୫ପ୍ରତିଶତ ଛାତ୍ର ଛାତ୍ରୀ ମାତ୍ର ଅନଲାଇନ ପାଠପଢୁଥିବା ଶିକ୍ଷାବିଭାଗର ଜଣେ ଅଧୀକାରି କହିଛନ୍ତି । ଫଳରେ ପାଠ ପ୍ରତି ସେମାନଙ୍କ ଆଗ୍ରହ ମଧ୍ୟ କମି ଗଲାଣି। ଖେଳାବୁଲା 6ର ସମୟ ନଷ୍ଟ କରୁଛନ୍ତି । ବାପା,ମା ମଧ୍ୟ ଏତଟା ଶିକ୍ଷିତ ନୁହନ୍ତି ଯେ ସେମାନେ ପିଲାଙ୍କୁ ପାଖରେ ବସ । ଇ ପାଠପଢ଼ାଇବେ । ଏଣେ ସରକାର ପ୍ରାଇଭେଟ ଟ୍ଯୂସନରେ ମଧ୍ୟ କଟକଣା ଲଗାଇଛନ୍ତି । ଫଳରେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ଓ ଶିକ୍ଷକ।
ହେଲେ କରେ । ନା ସମସ୍ୟାରୁ କେବେ ମୁକ୍ତି ମିଳିବ ଆଉ କେବେ ଆଗଭଳି ପିଲା ସ୍କୁଲ ମୁହଁ । ହେବେ ତାକୁ ହିଁ ଅପେକ୍ଷା ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































