ପେଟ୍ରୋଲ,ଡିଜେଲ ଦରଦାମ ବୃଦ୍ଧି ପ୍ରତିବାଦରେ ଆଠଗଡ କଂଗ୍ରେସର ଦସ୍ତଖତ ଅଭିଯାନ ଆରମ୍ଭ,ସାଇକେଲ ଚଳାଇ କଲେ ପ୍ରତିବାଦ
ଆଠଗଡ(ଉଲାପ୍ର)କେନ୍ଦ୍ର ସରକାର ପେଟ୍ରୋଲ,ଡିଜେଲ ର ଦର ଦାମ ବୃଦ୍ଧି ପ୍ରତିବାଦରେ ଆଜି ଆଠଗଡ କଂଗ୍ରେସ ଦଳ ତରଫରୁ ରାଧାଗୋବିନ୍ଦପୁର ପେଟ୍ରୋଲ ଟାଙ୍କି ଆଗରେ ଦସ୍ତ ଖତ ଅଭିି ଯାନ ଆରମ୍ଭ କରିିିଛନ୍ତି,କଂଗ୍ରେସନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଗୋଟିଏ ଦିନ ପାଇଁ ଗାଡି ଛାଡି ସାଇକେଲ ଚଳାଇଥିଲେ,ଦେଶରେ ପେଟ୍ରୋଲ,ଡିଜେଲ ଦର ଆକାଶ ଛୁଆଁ ଭାବେ ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି,ଯାହାଦ୍ୱାରା ଗରିବ,ଖଟିଖିଆ,ମଧ୍ୟବିତ୍ତ ପରିବାର ବିଶେଷ ଭାବେ ଅସୁବିଧାର ସମ୍ମୁଖିନ ହେଉଛନ୍ତି,ପେଟ୍ରୋଲ,ଡିଜେଲ ଦର ଦାମ ବୃଦ୍ଧିକୁ ନେଇ ରାଜ୍ୟ କଂଗ୍ରେସ ତରଫରୁ କଂଗ୍ରେସ କର୍ମୀମାନେ ଗୋଟିଏ ଦିନ ପାଇଁ ଗାଡି ଛାଡି ସାଇକେଲ ଚଲାଇବା ପାଇଁ ଯୋଉ ନିଷ୍ପତି ନେଇଛନ୍ତି ତାକୁ ସମର୍ଥନ କରି ଆଠଗଡ କଂଗ୍ରେସ ସ୍ତାନୀୟ କଂଗ୍ରେସ ଅଫିସ ଠାରୁ କଂଗ୍ରେସ କର୍ମୀମାନେ ସାଇକେଲ ଚଳାଇ ଆଠଗଡ ସହର ପରିକ୍ରମା କରିବା ପରେ ରାଧାଗୋବିନ୍ଦପୁର ପେଟ୍ରୋଲ ଟାଙ୍କି ଠାରେ ଦସ୍ତ୍ତ୍ତଖତ ଅଭିିଜା ନ ଆରମ୍ଭ କରିଥିଲେ, ଏଥିରେ କଟକ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ମଙ୍ଗୁଳି ପାଣି,ପୂର୍ବତନ ଜିଲା ପରିଷଦ ସଭ୍ୟ ସୁଦର୍ଶନ ସାହୁ,ମାନସ ରଞ୍ଜନ ପଟ୍ଟନାୟକ,ପ୍ରଫୁଲ ସାହୁ,ପ୍ରଶାନ୍ତ ବେହେରା,ଆଠଗଡ ନିର୍ବାଚନ ମଣ୍ଡଳୀ ସଭାପତି ବିକ୍ରମ ରାୟ ସାମନ୍ତ,ଯୁବ କଂଗ୍ରେସ କର୍ମୀ ଶ୍ରିତମ ଦାସ,ଅଭୟ ସାହୁ ପ୍ରମୁଖ ଯୋଗଦେଇଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































