ତିନିରଥ ଦକ୍ଷିଣ ମୋଡ଼ ହେଲେ,ନାକଚଣା ଦ୍ୱାର ନିକଟରେ ଲାଗିଲେ ତିନିରଥ
ପୁରୀ(ଉଲାପ୍ର)ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନିରଥକୁ ଦକ୍ଷିଣ ମୋଡ଼ କରାଯାଇଛି, ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହୋଇଛି ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ଆସିଲା ପରେ ରଥଟଣା ଆରମ୍ଭ ହୋଇଥିଲା।
ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କୁ ଠାକୁରଙ୍କ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ ହୋଇଛି,ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ତିନିରଥକୁ ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଆଜି ରଥକୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ହେବା ପରେ ତିନିଜଣ ପୂଜାପଣ୍ଡା ସାମନ୍ତ
ଆଜ୍ଞାମାଳ ଲାଗି କରିବା ପରେ ତିନିରଥରେ ଦଉଡ଼ି ସଂଯୋଗ ହୋଇ ରଥ ଟଣା ଆରମ୍ଭ ହୋଇଥିଲା । ପ୍ରଥମେ ଦର୍ପଦଳନ ରଥ ଟଣା ହୋଇଥିଲା। ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯାଇଥିଲା,ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି, କେବଳ ଅପେକ୍ଷା ବାହୁଡା ଦଶମୀ କୁ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































