ଦରଦାମ ବୃଦ୍ଧି ପ୍ରତିବାଦରେ ନରସିଂହପୁର ରେ କଂଗ୍ରେସର ବିକ୍ଷୋଭ ପଦର୍ଶନ
ନରସିଂହପୁର(ଉଲାପ୍ର)ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ କଂଗ୍ରେସ ତାର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ନରସିଂହପୁର ଟାଉନରେ ଥିବା ପଟ୍ଟନାୟକ ପେଟ୍ରୋଲ ଟାଙ୍କି ସମ୍ମୁଖରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ତଥା ନରସିଂହପୁର ବ୍ଲକ କଂଗ୍ରେସର ସଭାପତି ଶିଶିରକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସରକାରଙ୍କ ବିରୁଦ୍ଧରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା।କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ଦସ୍ତଖତ ଅଭିଯାନ କରାଯାଇଥିବା ବେଳେ ନରସିଂହପୁର କଂଗ୍ରେସର ନେତୃବୃନ୍ଦ ଏଥିରେ ଯୋଗଦେଇଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ।ଅପ୍ରୀତିକର ପରିସ୍ଥିତି ତଥା ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ନରସିଂହପୁର ଥାନା ଅଧିକାରୀ ଙ୍କ ତତ୍ୱାବଧାନରେ ପୋଲିସ ମୁତୟନ କରାଯାଇଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































