ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ନିଶିଗନ୍ଧା ରାଜ୍ୟ ପୃଷ୍ଠ ପୋଷକ କରୁଣାକର ମଲ୍ଲିକଙ୍କ ଧର୍ମ ପତ୍ନୀ ସ୍ବର୍ଗତା ମଧୁସ୍ମିତା ମଲ୍ଲିକଙ୍କ ଉଦ୍ଦେଶ୍ୟରେ ଶୋକ ସଭା
ମଣିଷ ମରଣଶୀଳ।ହେଲେ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ। ଏପରି ଘଟିଛି ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ରାଜ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକଙ୍କ ଧର୍ମପତ୍ନୀ ସ୍ବର୍ଗତା ମଧୁସ୍ମିତା ମଲ୍ଲିକଙ୍କ କ୍ଷେତ୍ରରେ।ସ୍ୱର୍ଗତା ମଲ୍ଲିକ ଥିଲେ ଏକାଧାରାରେ ଜଣେ କବି, ସମାଜସେବୀ,ସୁଶିକ୍ଷୟିତ୍ରୀ ଓ ସ୍ନେହମୟୀ ଜନନୀ।ଯିଏକି ନିଶିଗନ୍ଧା ସାହିତ୍ୟ ସଂସଦ ସହ ଓତଃପ୍ରୋତ ଭବେ ଜଡିତ ଥିଲେ ଏବଂ ଆଜୀବନ ସଦସ୍ୟା।
ତେଣୁ ତାଙ୍କରି ମୃତ୍ୟୁରେ ନିଶିଗନ୍ଧା ପରିବାରର ସମସ୍ତ ସଦସ୍ୟ ମ୍ରିୟମାଣ ହୋଇ ଅଦ୍ୟ ତା-୧୬.୦୭.୨୦୨୧ରିଖ ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଗୁଗୁଲ ମିଟ (ଭରଚୁଆଲ) ମାଧ୍ୟମରେ ଏକ ଶୋକ ସଭା ଅନୁଷ୍ଠାନର ପୂର୍ବତନ ସଭାପତି ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ପ୍ରାୟ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।
ପରେପରେ ସଭାପତି ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ ଓ ପ୍ରତିଷ୍ଠାତା ବଳରାମ ତରାଇଙ୍କର ପ୍ରସ୍ତାବ କ୍ରମେ ଏବଂ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କ ମଧ୍ୟରେ ଦୀର୍ଘ ୨ଘଣ୍ଟାର ଆଲୋଚନାକ୍ରମେ ସ୍ୱର୍ଗତା ମଲ୍ଲିକଙ୍କର ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ମୃତି ଉଦ୍ଦେଶ୍ୟ ଏକାଦାଶହ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏକ ସ୍ମରଣୀକା “ସ୍ମୃତିରେ ମଧୁସ୍ମିତା” ପ୍ରକାଶନ ଆସନ୍ତା ତା-୧୯.୭.୨୦୨୧ରିଖରେ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୪ଟି ଜୋନ୍ ର କବି/କବୟିତ୍ରୀ ଓ ସଂସଦର ସଭ୍ୟସଭ୍ୟାମାନଙ୍କର ଆସନ୍ତା ଦୁଇ ଦିନ ମଧ୍ୟରେ କବିତା ଓ ଲେଖା ଆହ୍ୱାନ କରାଯାଇଛି।ଏଥି ସହିତ ସ୍ୱର୍ଗତା ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ସ୍ୱତନ୍ତ୍ର ବ୍ୟକ୍ତି ବିଶେଷ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ “ମଧୁସ୍ମିତା ସ୍ମୃତି ସମ୍ମାନ” ପ୍ରଦାନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା।
ଉକ୍ତ ଶୋକ ସଭାରେ ପତ୍ନୀ ବିୟୋଗରେ ମ୍ରିୟମାଣ ହୋଇପଡିଥିବା ରାଜ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକ କିଛି ସମୟ ପାଇଁ ଉପସ୍ଥିତ ରହିଥିବା ବେଳେ ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଫେସର ପ୍ରସନ୍ନ ପାଟ୍ଟଶାଣୀ, ପଥପ୍ରଦର୍ଶକ ଶିକ୍ଷକ ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାତା ବଳରାମ ତରାଇ,ମୁଖ୍ୟ ସମ୍ପାଦିକା ସରସ୍ୱତୀ ନାୟକ,ସଂସଦର ସଭାପତି ରଜନୀ ରଞ୍ଜନ ଦାଶ, ଗୋବିନ୍ଦ ଚନ୍ଦ୍ର ଫାରକ,ଜ୍ୟୋତି ରଞ୍ଜନ ଦାସ,ଗୋଦାବରୀଶ ଦାସ,ଯୁଧିଷ୍ଠିର ମୁଦୁଲି, ନୀରଦଚନ୍ଦ୍ର ଜେନା,କୌଶଲ୍ୟା ବେଉରିଆ,ସନ୍ତୋଷ କୁମାର ପାଢ଼ୀ, ଗାୟତ୍ରୀ ପଣ୍ଡା, ଗଣେଶ ଚନ୍ଦ୍ର ଜେନା, ଡ଼ଃ ନିଳାଦ୍ରିନାଥ ଜଗଦେଵ,ଅରୁଣୀ ତ୍ରିପାଠୀ, ଅର୍ଚ୍ଚନା ଦାଶ, କରୁଣାକର ଘଣ୍ଟୁଆଳ, ଡ଼ଃ ରମାକାନ୍ତ ନାୟକ, ହରିହର ଭୁକ୍ତା, ଭଗବାନ ଓତ୍ତା,
ବିଜୟଶ୍ରୀ ନାଥ,ପୁଷ୍ପଲତା ସାହୁ,ହୀରାଲାଲ ପାଢ଼ୀ,ଘନଶ୍ୟାମ ସାହୁ,ସନ୍ତୋଷ କୁମାର ବାରିକ,ସରୋଜିନୀ ପଣ୍ଡା, ସ୍ୱର୍ଗତା ମଲ୍ଲିକଙ୍କ ବିଦ୍ୟାଳୟର କୁନିକୁନି ଛାତ୍ର/ଛାତ୍ରୀ ଆଦି ଅନେକ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































