ଘୁ ଉଦୟଗିରି କବାଡି ଆସୋସିଏସନ୍ ଗଠିତ
ଫୁଲବାଣୀ-( ସୁନୀଲ ପଟ୍ଟନାୟକ)ଜି ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ସଭାଗୃହ ରେ ସୁନୀଲ କୁମାର ନାୟକଙ୍କ ସଭାପତିତ୍ବରେଅଞ୍ଚଳରକ୍ରୀଡାପ୍ରେମୀ ,ସଂଗଠକ , ଖେଳାଳି ,କ୍ରୀଡା ଅନୁରାଗୀ ଙ୍କୁ ନେଇ ଏକ ବୈଠକ ର ଆୟୋଜନ ମେଜର ଧ୍ୟାନଚାନ୍ଦ ସ୍ପୋଟସ ଏଣ୍ଡ ଗେମସ୍ ଏକାଡେମୀ, ଘୁ ଉଦୟଗିରି ର ପ୍ରତିଷ୍ଠାତା ତଥା ପ୍ରାକ୍ତନ କ୍ରୀଡାବିତ ମହମ୍ମଦ୍ ଜିଆଉଦିନ ଅହମ୍ମଦ ଙ୍କ ଆବାହନ କ୍ରମେ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ କଳିଙ୍ଗ ମହାବିଦ୍ୟାଳୟର ଭଞବିହାର ବିଶ୍ବବିଦ୍ୟାଳୟ ର ଆନ୍ତ ମହାବିଦ୍ୟାଳୟ ଚମ୍ପିୟନ ତଥା ଅଞଳର ସୁନାମ ଧନ୍ଯ ୟୁବା କବାଡି ଖେଳାଳୀ ବିଚିତ୍ରା ପ୍ରଧାନ, ଅଞଳି ପ୍ରଧାନ, ତପସ୍ଵିନୀ ପ୍ରଧାନ, ଡୃଶିଳା ପ୍ରଧାନ, ଚମ୍ପିଲତା ପ୍ରଧାନ, ଅରୁନ୍ଧତୀ ପ୍ରଧାନ ପ୍ରମୁଖ ଖେଳାଳି ମାନେ ବୈଠକରେ ଉପସ୍ଥିତ ଥିଲେ ।। ବୈଠକ ରେ ପୂର୍ବତନ ଫଉଜି କିଶୋର କୁମାର ନାୟକ ଖେଳ ,ଖେଳିଳୀଏବଂ ପ୍ରତିଯୋଗିତା ର ସଂପର୍କ ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସେହିପରିରଟିଗଂଆ ପଞାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ , ଶିକ୍ଷକ ସଜ୍ଜିତ ପ୍ରଧାନ ପ୍ରମୁଖ ସଂଘ ଗଠନର ଆବଶ୍ୟକତା ନେଇ ମତବ୍ୟକ୍ତ କରିଥିଲେ । ପରିଶେଷରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇ ଅଞ୍ଚଳରେ ଲୁକାୟିତ ପ୍ରତିଭା ମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କୁ ପ୍ରୋସାହନ ଦେବା ପାଇଁ ଘୁ ଉଦୟଗିରି କବାଡି ଆସୋସିଏସନ ଗଠନ କରାଗଲା।। ସୁନୀଲ କୁମାର ନାୟକ ସଭାପତି, ସଞୟ ସାହୁ ଏବଂ ରାମକୃଷ୍ଣ ଚୌଧୁରୀଙ୍କୁ ଉପସଭାପତି, କଳିଂଗ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ସରୋଜ କୁମାର ଦାସଙ୍କୁ ସାଧାରଣ ସଂପାଦକ, କୁମାରି ବିଚିତ୍ରା ପ୍ରଧାନ ସହସଂପାଦିକା ଏବଂ କ୍ଲିଟନ୍ ଦିଗାଲଙ୍କୁ ସହସଂପାଦକ ଏବଂ ବିଜୟ କୁମାର ନାୟକଙ୍କୁ କୋଷାଧ୍ୟକ୍ଷ ଏବଂ ଡୃଷିଲା ପ୍ରଧାନ, ଅରୁନ୍ଧତୀ ପ୍ରଧାନ ଓ ସୁମିତ କୁମାର ପ୍ରଧାନ, ଉଦୟ ନାୟକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲାl
ସେହିପରି ଖଜୁରୀପଡ଼ା ରୁ ଦେବାଶିଷ ବେହେରା ,ସିପୁନ ବେହେରା ,ଚକାପାଦ ରୁ ସରତ ଚନ୍ଦ୍ର ବେହେରା ଏବଂ ସୁବାସ ମଲ୍ଲିକ, ମନୋନୀତ ହୋଇଥିଲେ।
ଶେଷରେ ଆବାହକ ଜିଆଉଦିନ ଅହମ୍ମଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କରିଥିଲେ ।
        
            
 Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































