ବିଦୂତ ଶୁକ୍ଳ ବୃଦ୍ଧିର ପ୍ରତିବାଦ ଆଠଗଡ ରେ,କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଅଫିସ ଘେରାଉ କଲା ବିଜେପି
ଆଠଗଡ(ଉଲାପ୍ର)ସାରାରାଜ୍ୟରେ ଅହେତୁକ ବିଦୂତ ଶୁକ୍ଳ ବୃଦ୍ଧି ପ୍ରତିବାଦରେ ଆଠଗଡ ବିଜେପି ରାଜରାସ୍ତାକୁ ଓଲ୍ହାଇଛି,ଆଜି ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ବରେ କୋଭିଡ କଟକଣା ମଧ୍ୟରେ ବିଜେପି କର୍ମୀମାନେ ସ୍ଥାନୀୟ ପାର୍ଟି ଅଫିସ ଠାରୁ ଏକ ଶୋଭାଯାତ୍ରାରେ ଆସି ଆଠଗଡ ଝରଣ ଛକ ରେ ଥିବା ଟିପିସିଏଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି,ବିଜେପିର ଦାବି ରହିଛି ବର୍ଦ୍ଧିତ ବିଦୂତ ଶୁକ୍ଳ ପ୍ରତ୍ୟାହାର କରିବା,ଗ୍ରାମାଞ୍ଚଳ କୁ ବିଦୂତ ସଂଯୋଗ ଦେବା,ଆଠଗଡ ରେ ଗ୍ରୀଡ଼ ପ୍ରତିଷ୍ଠା କରିବା,ନୂଆପାଟଣା ରୁ ଆଠଗଡ଼ ରେ ବିଦୂତ କଟିବା ବେଳେ ଖୁଣ୍ଟୁଣି ଗ୍ରୀଡ଼ ରୁ ଆଠଗଡ କୁ ବିଦୂତ ସଂଯୋଗ ପ୍ରଦାନ କରିବା ପ୍ରଭୁତି ଦାବିନେଇ ବିଜେପି କର୍ମୀମାନେ ବିଦୂତ ବିଭାଗ ଅଫିସ ଆଗରେ ଏକ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ,ଏହା ବ୍ୟତୀତ ଆଠଗଡ ରେ ଦୀର୍ଘବର୍ଷ ହେଲା ବିଦୂତ ବିଭାଗରେ କେତେକ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ କାର୍ଯ୍ୟକଳାପ ନେଇ ବିଜେପି ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି,ଏହି ପ୍ରତିବାଦ ସଭାରେ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ସରକାରଙ୍କ ଉପରେ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପରେ ବର୍ଷିଥିଲେ,ତିରିଶବର୍ଷ ଧରି ବିଧାୟକ ହୋଇଛ,ଆଠଗଡ ଜନସାଧାରଣ ଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏ ପର୍ଯ୍ୟନ୍ତ ଆଠଗଡ ରେ ଗ୍ରୀଡ଼ ପ୍ରତିଷ୍ଠା କରିପାରିଲ ନାହିଁ,ଆଠଗଡ ବାସୀ ନୂଆପାଟଣା ଗ୍ରୀଡ଼ ଉପରେ ନିର୍ଭର କରୁଛନ୍ତି ବିଦୂତ ସେବା ପାଇବା ପାଇଁ,ନୂଆପାଟଣା ଗ୍ରୀଡ଼ ରୁ ବିଦୂତ କଟିଲେ ଆଠଗଡ ସହର ସହିତ ଗ୍ରାମାଞ୍ଚଳ ଅନ୍ଧାର ହୋଇ ଯାଉଛି,ଏହା କଣ ଜଣେ ତିରିଶବର୍ଷ ର ଜନ ପ୍ରତିନିଧିଙ୍କ ଆଠଗଡ ବାସୀଙ୍କ ପାଇଁ ଉଚିତ ନ୍ୟାୟ,ସଦାବେଳେ କହୁଛ ଆଠଗଡ ଏକ ନମ୍ବର ହେଲେ ଆଠଗଡ କୁ ତମେ କେତେ ନମ୍ବରକୁ ନେଲଣି ତାହା ସାଧାରଣ ଜନତା ଜାଣି ସାରିଲେଣି,ବିଦୂତ ଶୁକ୍ଳକୁ ଯଦି ଆଗାମୀ ଦିନରେ ହ୍ରାସ କରାନଯାଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ଚେତାବନୀ ଦେଇଛନ୍ତି,ଏହି ପ୍ରତିବାଦ ସଭାରେ ଜଗଦାନନ୍ଦ ତ୍ରିପାଠୀ,ପ୍ରକାଶ ସେଠି,ପ୍ରଦୀପ ମହାପାତ୍ର,ନୂତନ ରାଉତ,ନିର୍ମଳ ରାଉତ,ବିଚିତ୍ରା ନନ୍ଦ ଜେନା,ରମାକାନ୍ତ ସେନାପତି ପ୍ରମୁଖ ପ୍ରାୟ ୪୦ ବିଜେପି କର୍ମୀ ଯୋଗଦେଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































