ମିଶନ ଶକ୍ତି ର ନୂତନ ଗୃହ ଉଦଘାଟିତ
ବରଗଡ଼- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପରିସରରେ ମିଶନ ଶକ୍ତି ର ନୂତନ ଅଫିସ ଗୃହ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସମାଜ ଗଠନ ରେ ନାରୀ ମାନଙ୍କ ଭୂମିକା ଆଗରେ। ଏଥିପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ମହିଳା ମାନଙ୍କ ଉନ୍ନତି ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମିଶନ ଶକ୍ତି ଏହାର ଏକ ଅଂଶ ବିଶେଷ ଅଟେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ବ ରଞ୍ଜନ କର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































