ଆଠଗଡ ରେ ବିଦୂତ ର ସ୍ଥାୟୀ ପ୍ରତିକାର ନେଇ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକ ଙ୍କ ଧାରଣା, ମାସକ ମଧ୍ୟରେ ଖୁଣ୍ଟୁଣି ଗ୍ରୀଡ଼ ରୁ ବିଦୂତ ସଂଯୋଗ ଆସିବ ଆଠଗଡ କୁ,ମିଳିଲା ନିର୍ଭର ପ୍ରତିଶ୍ରୁତି
ଆଠଗଡ(ଉଲାପ୍ର)ଆଠଗଡ ରେ ବିଦୂତ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି, ସାମାନ୍ୟ ବର୍ଷାହେଲେ ବିଦୂତ କାଟ,ନଚେତ ଶଙ୍ଖ ଫାଟୁଛି ଆଉ ଦୀର୍ଘ ସମୟ ଧରି ଆଠଗଡ ଅନ୍ଧାର ମଧ୍ୟରେ ରହୁଛି,ବିଦୂତ କାଟ ସମସ୍ୟା ନେଇ ଯୋଉଠି ରାଜନେତା ମାନେ ଚୁପ ସେଠି ଆଠଗଡ ର କିଛି ସାମ୍ବାଦିକ ସାଧାରଣ ଲୋକଙ୍କ ବୃହତ୍ତର ସ୍ଵାର୍ଥ କୁ ଦୃଷ୍ଟିରେ ରଖି ଟାଟା ପାୱାର କାର୍ଯ୍ୟଳୟ ର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସମ୍ପାଦକ ସନ୍ତୋଷ ବାରିକଙ୍କ ନେତୃତ୍ବରେ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଉପସଭାପତି ସର୍ବେଶ୍ୱର ପଣ୍ଡା,ବିଜୟ ନାୟକ ପ୍ରମୁଖ ଧାରଣା ରେ ବସି ରହିଥିଲେ,ଦାବିଥିଲା ନୂଆପାଟଣା ଗ୍ରୀଡ଼ରୁ ବିଦୂତ ସଂଯୋଗ କଟିଲା ବେଳେ ଖୁଣ୍ଟୁଣି ରୁ ଆଠଗଡ କୁ ବିଦୂତ ସଂଯୋଗ ପ୍ରଦାନ କରିବା,ପୂର୍ବରୁ ଆଠଗଡରେ ଦୁଇଟି ବିଦୂତ ଲାଇନ ଥିଲା ପରବର୍ତୀ ସମୟରେ ଚୌଦ୍ୱାର ରୁ ଆସୁଥିବା ବିଦୂତ ସଂଯୋଗ କାଟିଦେବା ଫଳରେ ଆଠଗଡ କେବଳ ନୂଆପାଟଣା ଗ୍ରୀଡ଼ ଉପରେ ନିର୍ଭର କରିବାକୁ ପଡିଲା,ଯାହା ଫଳରେ ବିଦୂତ ସମସ୍ୟା ଗତ କିଛିବର୍ଷ ହେଲା ଆଠଗଡ ରେ ଲାଗି ରହିଛି,ଆଠଗଡ ରେ ଏକ ଗ୍ରୀଡ଼ ସ୍ଥାପନା କରିବାକୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଖୁଣ୍ଟୁଣି ଠାରେ ଗ୍ରୀଡ଼ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ୍ୟ ଆଠଗଡ ଏଥିରୁ ବଞ୍ଚିତ ହୋଇଥିଲା,ଯୋଉ ସମସ୍ୟା ରାଜନୈତିକ ନେତାମାନେ ସମାଧାନ କରିବା କଥା ସେହି ସମସ୍ୟାକୁ ଆଠଗଡ ର କିଛି ଗଣମାଧ୍ୟମ ପ୍ରତିନିଧିମାନେ ଉଠାଇଛନ୍ତି,ଧାରଣା ରେ ବସିଥିବା ସାମ୍ବାଦିକ ମାନଙ୍କ ପାଖରେ ଆଠଗଡ ବିଦୂତ ବିଭାଗ ଏସ୍ଡ଼ିଓ ସନ୍ତୋଷ ସାମନ୍ତରାୟ ପହଁଚି ଆଲୋଚନା କରିଥିଲେ ସାମ୍ବାଦିକ ମାନଙ୍କ ସହିତ,ଆଠଗଡ ବିଦୂତ ବିଭାଗ ଏକମାସ ସମୟ ନେଇଛନ୍ତି ମାସେ ମଧ୍ୟରେ ଆଠଗଡ କୁ ଖୁଣ୍ଟୁଣି ଗ୍ରୀଡ଼ରୁ ବିଦୂତ ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସାମ୍ବାଦିକ ମାନେ ଧାରଣାରୁ ଓହରିଯାଇଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































