ଖବର ପ୍ରକାଶ ପରେ ଚେତିଲା ପୌର ସଂସ୍ଥା
ଫୁଲବାଣୀ -(ସୁନୀଲ ପଟନାୟକ )
ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ସଫେଇ ନହେବା ନେଇ ଖବର ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ଫୁଲବାଣୀ ପୌର ସଂସ୍ଥା ଚେତିଲା l କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ସଫେଇ କାମ ତୁରନ୍ତ ଆରମ୍ଭ କରିଛି ଫୁଲବାଣୀ ମୁନିସିପାଲିଟି l
ଶନିବାର ପୌର କର୍ମଚାରୀ ମାନେ ସହର ର ବିଭିନ୍ନ ସ୍ଥାନ ରେ ସଫେଇ କାର୍ଯ୍ୟ କୁ ଜୋରଦାର କରିଛନ୍ତି l କନ୍ଧମାଳ ଜିଲ୍ଲାର ମୁଖ୍ୟାଳୟ ହେଉଛି ଫୁଲବାଣୀ ସହର,ତେବେ ସହର ମଧ୍ୟରେ ଲୋକ ସଂଖ୍ୟା ଅଧିକ ହୋଇଥିବାବେଳେ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷର ଆବର୍ଜନା ମାତ୍ରା ମଧ୍ୟ ସହରରେ ବଢୀ ବାରେ ଲାଗିଛି l ଏହିପରି ସମୟରେ ଫୁଲବାଣୀ ମୁନିସିପାଲିଟି ଏହି ମଇଳା ଆବର୍ଜନା କୁ ଅଣଦେଖା କରି ସଫେଇ କରୁନଥିଲା l ଏଣୁ ସହରର ମୁଖ୍ୟ ସ୍ଥାନ ବିଜୁପଟ୍ଟନାୟକ ଛକ, ଏସ ବି ଆଇ ଛକ, ମାଦିକୁନ୍ଦା ଛକ, ପୋଷ୍ଟ ଅଫିସ ଛକ ଏବଂ ସହର ମଧ୍ୟରେ ଥିବା ବିଭିନ୍ନ ୱାର୍ଡ ଆଦି ଅନେକ ସ୍ଥାନରେ ମଇଳା ପଡି ମଶା,ମାଛି ହେବା ସହ ଦୁର୍ଗନ୍ଧ ରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଥିଲା l ଏହି ଖବର ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ କନ୍ଧମାଳ ଜିଲ୍ଲାବିଜେଡିପର୍ଯ୍ୟବେକ୍ଷକ ତଥା ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା ତୁରନ୍ତ ଫୁଲବାଣୀ ମୁନିସିପାଲିଟିନିର୍ବାହୀ ଅଧିକାରୀଙ୍କୁ ସହରର ସଫେଇ ପାଇଁ ନିର୍ଦେଶ ଦେଇଥିଲେ l ଫଳରେ ଆଜି ସହରର ସମସ୍ତ ଆବର୍ଜନା ପଡିରହୁଥିବା ସ୍ଥାନ ଏବଂ ୱାର୍ଡ ମଧ୍ୟରେ ସଫେଇ କରାଯାଇଛି ଏବଂ ଆଗକୁ ଆଉ ଏପରି ଭୁଲ ଯେମିତି ନହୁଏ ଏଥିପାଇଁ ମନ୍ତ୍ରୀ ଶ୍ରୀ ଜେନା ମୁନିସିପାଲିଟି ଅଧିକାରୀଙ୍କୁ ତାଗିଦ କରିଥିବା ଜଣାପଡିଛି l ଫଳରେ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଫୁଲବାଣୀ ସହରବାସି ଏବଂ ବୁଦ୍ଧିଜୀବୀମାନେ କୃତଜ୍ଞତା ଜଣାଇଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































