ଫସଲ ବୀମା ଯୋଜନାରେ ଜାଲିଆତି ପ୍ରସଙ୍ଗ ନକଲି ଚାଷୀ ଙ୍କୁ ଧରିବା ପାଇଁ ତଦନ୍ତ ଦାବୀ କଲା : ଆପ୍
ବରଗଡ଼: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ କରି ଏହାର ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ଦାବୀ କରିଛି ଆମ୍ ଆଦମୀ ପାର୍ଟି । ଚଳିତ ଖରିଫ ଋତୁରେ ପଦ୍ମପୁର ଉପଖଣ୍ଡ ଗାଇସିଲଟ, ପଦ୍ମପୁର, ପାଇକମାଲ, ବିଜେପୁର, ଝାରବନ୍ଦ ବ୍ଲକରେ ଏପରି ହେରଫେର ହେଉଥିବା ଜଣାପଡିଛି । ଅଣ ଋଣି ଚାଷୀ ମାନେ ଅନଲାଇନ ରେ ବୀମା ପ୍ରିମୀୟମ ଭରିବା ପାଇଁ ଗଲେ ତାଙ୍କ ଜମିରେ ଅନ୍ୟ କେହି ଅଜଣା ବ୍ୟକ୍ତି ପୂର୍ବରୁ ଇନ୍ସୁରାଂନ୍ସ ଭରି ଥିବା ଜଣାପଡୁଛି । ଏହାକୁ ନେଇ ଜିଲ୍ଲାପାଳ ଓ କୃଷି ଉପନିର୍ଦେଶକ ଙ୍କୁ ଚାଷୀ ମାନେ ଅଭିଯୋଗ ବି କରୁଛନ୍ତି କିନ୍ତୁ ଏହାର କୌଣସି ସୁଫଳ ମିଳୁନାହିଁ ଏହି ଫସଲ ବୀମା ଯୋଜନରେ ସେଭଳି କିଛି ପ୍ରାବଧାନ ନଥିବାରୁ ପ୍ରକୃତ ଚାଷୀ ଏହାର ଲାଭ ପାଇବା ରୁ ବଂଚିତ ହେବେ ତେଣୁ ଏହାର ଏକ ତଦନ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନ ରେ ହେଲେ ନକଲି ଚାଷୀ ସବୁ ଧରାପଡିବେ ଓ ଏହି ରିପୋଟ କେନ୍ଦ୍ର ସରକାରଙ୍କ ପାଖକୁ ପଠା ଗଲେ ପ୍ରକୃତ ଚାଷୀ ବୀମା ସହାୟତା ପାଇ ପାରିବେ ବୋଲି ଆପ୍ ଜିଲ୍ଳା ଆବାହକ ଭବାନୀ ସାହୁ ଓ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର କହିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































