ଆସନ୍ତା କାଲି ବରଗଡ଼ ଜିଲ୍ଲା ବନ୍ଦ
ବରଗଡ଼: ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମଟୀ ପକ୍ଷରୁ ୧୦ ଦଫା ଦାବିରେ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବାକୁ ଆହ୍ବାନ ଦେଇଛନ୍ତି। ୧୦ ଦଫା ଦାବି ମଧ୍ୟରେ ଚାଳକ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ,ଶ୍ରମ ବିଭାଗ ଦ୍ବାରା ପଞ୍ଜିକରଣ କରିବା,୬୦ ବର୍ଷ ରୁ ଉର୍ଦ୍ଧ୍ବ ବୟସର ଚାଳକ ଙ୍କ ପାଇଁ ପେନସନ ବ୍ୟବସ୍ଥା କରିବା ଆଦି ପ୍ରମୁଖ ଦାବି ରହିଛି। ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ କର୍ମକର୍ତ୍ତା ମାନେ ଅବଗତ କରାଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































