କେନ୍ଦ୍ରାପଡା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କଲା ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘ, ଉପଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ଦେଲେ ରାଜ୍ୟପାଳ ଙ୍କୁ
ଆଠଗଡ(ଉଲାପ୍ର)ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବଢ଼ିବଢ଼ି ଚାଲିଛି,ଗତ ସପ୍ତାହରେ କେନ୍ଦ୍ରାପଡା ରେ ଜଣେ ୱେବ ଚାନେଲର ସାମ୍ବାଦିକ ଙ୍କୁ କେନ୍ଦ୍ରାପଡା ଏସ୍ପି ଅଫିସ ର କନେଷ୍ଟବଳ ପିନୁ ନାୟକ ବିଚ ରାସ୍ତାରେ ଚାପୁଡ଼ା ମାରିବା ଘଟଣା କୁ ନେଇ ରାଜ୍ୟର ସାମ୍ବାଦିକ ମାନେ ରାଜରାସ୍ତାକୁ ଓଲ୍ହାଇଛନ୍ତି, ସୋମବାର ଦିନ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ର ଉପସଭାପତି ସର୍ବେଶ୍ୱର ପଣ୍ଡାଙ୍କ ନେତୃତ୍ବରେ ଆଠଗଡ ର ସାମ୍ବାଦିକ ମାନେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ
କରିବା ସହିତ ସାମ୍ବାଦିକ ଙ୍କୁ ମାଡ଼ ମାରିଥିବା ସମ୍ପୃକ୍ତ ମହିଳା କନେଷ୍ଟବଳ ପିନୁ ନାୟକଙ୍କୁ ଗିରଫ କରିବା ସହିତ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ସାମ୍ବାଦିକ ମାନେ,ଏହି ବିକ୍ଷୋଭ ରେ ସାମିଲ ହୋଇ କଟକ ଜିଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଲଲାଟେନ୍ଦୁ ସେନାପତି ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ, ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସମ୍ପାଦକ ସନ୍ତୋଷ ବାରିକ,ବରିଷ୍ଠ ସାମ୍ବାଦିକ ସୁଧୀରଞ୍ଜନ ଦାଶ,ବିଜୟ ନାୟକ,ମହେଶ ଦାସ,ଗୌରଚନ୍ଦ୍ର ସାହୁ,ବିଷ୍ଣୁ ପ୍ରସାଦ ଦାସ,ଶୈଳେନ୍ଦ୍ର ପଟ୍ଟନାୟକ, ଝୁଲଣ ଭକ୍ତା, ବାବୁଲି ପ୍ରଧାନ ପ୍ରମୁଖ ଯୋଗଦେଇ ଆଠଗଡ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































