ନରସିଂହପୁର ଯୁବ ପରିଷଦ ତରଫରୁ ନରସିଂହପୁର ରେ ହେବାକୁଥିବା ବସଷ୍ଟାଣ୍ଡର ସ୍ଥାନ ପରିବର୍ତ୍ତନ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ନରସିଂହପୁର (ଉଲାପ୍ର)
ନରସିଂହପୁର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ନରସିଂହପୁର ଯୁବ ପରିଷଦ ତରଫରୁ ନରସିଂହପୁର ରେ ହେବାକୁ ଥିବା ବସଷ୍ଟାଣ୍ଡର ସ୍ଥାନ ପରିବର୍ତ୍ତନ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଉଚ୍ଚ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରାଗଲା।
ନରସିଂହପୁରରେ ବର୍ତ୍ତମାନ ଯେଉଁ ସ୍ଥାନରେ ବସଷ୍ଟାଣ୍ଡ ଚାଲିଛି ସେହି ସ୍ଥାନକୁ ଲାଗି ବିଦ୍ୟାଳୟ, ଥାନା ଓ ମେଡ଼ିକାଲ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଅଛି। ନରସିଂହପୁର ଅଞ୍ଚଳର ଗଣପର୍ବ ଛାଡଖାଇ ଯାତ୍ରା ମଧ୍ଯ ଉକ୍ତ ସ୍ଥାନରେ ଅନୁଷ୍ଠିତ ହୁଏ। ବିଦ୍ୟାଳୟ ଓ ଡାକ୍ତରଖାନା କୁ ଲାଗି ଯଦି ବସଷ୍ଟାଣ୍ଡ ନିର୍ମାଣ ହୁଏ ତାହାଲେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ। ଏଣୁ ଯୁବ ପରିଷଦ ତରଫରୁ ଜିଲ୍ଲାପାଳ, 5T ସଚିବ, ପରିବହନ ବିଭାଗ, ସ୍ଥାନୀୟ ବିଧାୟକ, ତହସିଲଦାର, ବିଡ଼ିଓ ଙ୍କୁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଦାବି କରାଗଲା। ଯଦି ବର୍ତ୍ତମାନ ଚାଲିଥିବ ଅସ୍ଥାୟୀ ବସଷ୍ଟାଣ୍ଡ ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ କରାଯାଏ ତାହାଲେ ଜନସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ବିରୋଧ କରାଯିବା ସହ ଧାରଣା ଦିଆଯିବ ବୋଲି ନରସିଂହପୁର ଯୁବ ପରିଷଦର ସାଧାରଣ ସମ୍ପାଦକ ସୁବ୍ରତ କୁମାର ମିଶ୍ର ସୂଚନା ଦେଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































