୭୫ ତମ ସ୍ୱାଧୀନତା ଦିବସ ପାଇଁ ଆଠଗଡ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଠଗଡ(ଉଲାପ୍ର)ଆଠଗଡ ସଦର ମହକୁମା ମହୋତ୍ସବ ପଡ଼ିଆରେ ୭୫ ତମ ସ୍ବାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି,ଚଳିତବର୍ଷ ମହାମାରୀ କରୋନା ଯୋଗୁ ନିରାଡ଼ମ୍ବର ଭାବେ ସ୍ୱାଧୀନତା ଦିବସ ପାଳନ ହେବବୋଲି ସର୍ବସମତି କ୍ରମେ ସ୍ଥିର କରାଯାଇଛି,ସ୍ୱାଧୀନତା ଦିବସ ପୂର୍ବରୁ ଆଠଗଡ ମହିଳା କଲେଜ ନିକଟରେ ଥିବା ସ୍ମୃତିପୀଠ କୁ ପରିଷ୍କାର, ପରିଛନ କରିବାପାଇଁ ସ୍ଥିରକରାଯାଇଛି,ଏହା ବ୍ୟତୀତ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି,ଆଠଗଡ ଉପଜିଲାପାଳ ଙ୍କ ସଭାପତିତ୍ୱ ରେ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଆଠଗଡ ଉପଖଣ୍ଡରେ ଥିବା ଅନେକ ଅଫିସ ର ଅଫିସର ମାନେ ଏହି ବୈଠକରେ ଯୋଗ ଦେଇନଥିଲେ,କେବଳ ଆଠଗଡ ବିଡ଼ିଓ ଅରୁଣ କୁମାର ଦାସ,ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆସାଲତା ରଚମାଳା,ଆଠଗଡ ଏସ୍ଡିଏମଓ ବିଜୟ ମିଶ୍ର,ଆଠଗଡ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡା,ଆଠଗଡ ବ୍ଲକ ଶିକ୍ଷାଜିଲା ଅଧିକାରୀ ପ୍ରମୁଖଙ୍କ ସହିତ ଓକିଲ ସଂଘ ସଭାପତି ସତେନ ପଣ୍ଡା,ସାମ୍ବାଦିକ ମାନେ ଯୋଗଦେଇଥିଲେ,
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































