ପଞ୍ଚାୟତରାଜ ଓ ନଗର ଉନ୍ନୟନ୍ନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ,ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟର ସମୀକ୍ଷା
ଫୁଲ ବାଣୀ- (ସୁନୀଲ ପଟନାୟକ) ରାଜ୍ୟ ପଞ୍ଚାୟତରାଜ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଗ୍ରସ୍ତ ରେ ଆସି ଫୁଲ ବାଣୀଠାରେ ପହଞ୍ଚିବାପରେ ଜିଲ୍ଲା ବିଜୁ ଜନତା ଦଳ , ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକ ଅଙ୍ଗଦ କହଁର, ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ସଂପାଦକ ତଥା ବିଜେଡି ନେତା ୟାସିନ ବେଗ,ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ,ନଗର ବିଜୁ ଜନତା ଦଳ ସଭାପତି ସୁଧୀର କହଁର,ଦାରୁଣ ବେହେରା , ମହିଳା ଶାଖା ସଭାପତି ପୁନମ କହର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ମହିଳା ଶାଖା ସଭାନେତ୍ରୀ ଅନିମା କହଁର, ମହିଳା ନେତ୍ରୀ ସଂଯୁକ୍ତ । ବେହେରା , ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ ।
ପରେ ମନ୍ତ୍ରୀ ଫୁଲ ବାଣୀ ଡାକ୍ତରଖାନା ଯାଇ ସ୍ଵତନ୍ତ୍ର କୋଠରୀରେ ଚିକିତ୍ସିତ ହେଉଥିବା ଯୋଡା ମୁଣ୍ଡ ବଳିଆ କୁ ଭେଟି ସ୍ଵାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ପରେ ଅପରାହ୍ନ ୪ଠାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତରାଜ ଓ ପାନୀୟ ଜଳ କାର୍ଯ୍ୟକ୍ରମର ଅଗ୍ର ଗତି ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରି ବ ।
ସଂଧ୍ୟାରେ ଫୁଲ ବାଣୀସ୍ଥିତ ତଳପଟି ଗୁଦାରୀ ସେଣ୍ଟ୍ରାଲ ସ୍କୁଲ ନିକଟରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ପର୍ଯ୍ୟଟନ ମାନଙ୍କ ପାଇଁ ନିର୍ମିତ ଫୁଲବାଣୀ ନେଚ଼ର ରିଟ୍ରିଟ ର ମଧ୍ୟ ଶୁଭ ଉଦଘାଟନ କରିବେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































