ଯୁବକ ଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର
ବରଗଡ଼: ବରଗଡ଼ ଥାନ ଅନ୍ତର୍ଗତ କୁରୁଆ ଗ୍ରାମ ନିକଟସ୍ଥ ଏକ ବ୍ରିଜ ଉପରେ ଜନୈକ ଯୁବକ ଙ୍କ କ୍ଷତ ବିକ୍ଷତ ମୃତ ଦେହ କୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକର ପରିଚୟ ମିଳି ନଥିବା ବେଳେ ପାଖରେ ପଡିଥିବା ଏକ ମୋଟର ସାଇକେଲରୁ ତଦନ୍ତ କରି ଏହା ଭେଡେନ ଥାନା ଅନ୍ତର୍ଗତ ଥୁଆପାଲିର ବୋଲି ପୋଲିସ ଜାଣିବାକୁ ପାଇଛି। ଗତ କିଛି ଦିନ ହେଲା ରାତିରେଏ ଅଞ୍ଚଳ ରୁ ମେଣ୍ଢା ଚୋରି ହେଉଥିବା ଚର୍ଚ୍ଚା ହେଉଥିଲା। ଏହି ଘଟଣା ଏଥି ସହ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି। ଦୁଇ ଜଣ କୁ ଥାନା ରେ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ସୂଚନା ମିଳିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































