ବିଳମ୍ବିତ ରାତ୍ରିରେ ସରକାରୀ ବସ ଦୁର୍ଘଟଣା , ଡ୍ରାଇଭର ଆହତ, ଅଳ୍ପକେ ବର୍ତ୍ତୀ ଲେ ଯାତ୍ରା
ଫୁଲ ବାଣୀ-୩୦/୭ (ସୁନୀଲ ପଟନାୟକ)
ଗୁରୁବାର ମଧ୍ୟରାତ୍ରୀରେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଶଙ୍କରା ଖୋଲ ଠାରେ ଏକ ଯାତ୍ରି ବାହି ବସଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ଏଥିରେ ବସିଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷାପାଇ ଯାଇଛନ୍ତି । ତେବେ ବସ ଡ୍ରାଇଭର ଆହାତ ହୋଇ ଛନ୍ତି ।ଖବର ପାଇ ଟିକା ବାଲି ଦମ କଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଟିକା ବାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଛି।
ଦୁର୍ଘଟଣା ଗ୍ରସ୍ତ ବସ ନମ୍ବର ହେଲା ଓଡ଼ି୦୨ଏଚ୍୨୧୭୫.ଟିକାବାଲି,
ପୋଲିସ ଘଟଣାର ତଦନ୍ତ କରୁଛି ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































