ଅଜଣା ଗାଡ଼ି ଧକା ରେ ଜଣେ ମୃତ
ଫୁଲବାଣୀ – 30/7(ସୁନୀଲ ପଟ୍ଟନାୟକ)
ଅଜଣା ଗାଡି ଧୋକା ରେ ଜଣେ ମୃତ | ମୃତ ବ୍ଯକ୍ତି ଜଣକ ହେଲେ ଫୁଲବାଣୀ ପିଅନପଡl ର ମହନ ଚୌଧରୀ | ଗତ 39 ତାରିଖ ରେ ମୋହନଙ୍କ ସାଙ୍ଗ ପୂର୍ଣଚନ୍ଦ୍ର ଦିନ 11ଟା ରେ ଯାଇଥିଲେ ଗୋଛାପଡ଼ା ରେ ମାଛ ବନ୍ଧରେ ଚୂନ ପକେଇବାକୁ ଚୂନ ପକେଇବା କାର୍ଯ୍ୟ ସରାଇ ପୂର୍ଣ୍ଣଚନ୍ଦ୍ରଙ୍କ ଅଟୋ ରେ ଫୁଲବାଣୀ ଫେରୁଥିବା ବେଳେ ବାଟରେ ପଡୁଥିବା ନମ୍ଵର୍ବାଲି ଘାଟିରେ ଅଟୋ ଟି ଖରାପ ହୋଇଥିଲା ସନ୍ଧ୍ୟା ହୋଇ ଆସୁଥିବା ଦେଖି ମୋହନ ରାଗ ଜର୍ଜରିତ ହୋଇ ସେଠୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଛାଡି ଚାଲି ଯାଇଥିଲେ ପୂର୍ଣଚନ୍ଦ୍ର ନିଜ ଅଟୋ କୁ ସଜାଡି ସେଠୁ ଚାଲି ଆସିଥିଲେ ରାତି ବେଶୀ ହୋଇଯିବା ଯୋଗୁ ପୂର୍ଣଚନ୍ଦ୍ର କଟ୍ରିଙ୍ଗୀଆ ରେ ରାତ୍ରି ଜାପାନ କରିଥିଲେ ଆଜି ସକାଳୁ ପୂର୍ଣ୍ଣଚନ୍ଦ୍ର ମୋହନଙ୍କ ଘରକୁ ଫୋନ କରି ମୋହନ ପହଂଚିଲା କି ନାହିଁ ପଚାରି ବୁଝିଥିଲେ | ମୋହନ ପହଁଚି ନଥିବା ଜାଣିପାରି ପୂର୍ଣ୍ଣଚନ୍ଦ୍ର ମୋହନ କୁ ଖୋଜିବାକୁ ବାହାରିଥିଲେ | ଗୋଛାପଡ଼ା ରାସ୍ତାରେ ଯାଉଥିବା ସମୟରେ ରାସ୍ତା କଡ଼ରେ ମୋହନଙ୍କ ମୃତ ଶରୀର ପଡ଼ିଥିବାର ଦେଖିଲେ | ଏହା ଦେଖି ପୂର୍ଣଚନ୍ଦ୍ର ଗୋଛାପଡ଼ା ଥାନାରେ ଖବର ଦେଇଥିଲେ | ଗୋଛାପଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଶବକୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଶବ ବ୍ଯବଛେଦ କରିବା ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି |
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































