ଫ୍ରଣ୍ଟ ଲାଇନ ମିଡିଆ ଏସେ।ସିଏସନ ପକ୍ଷରୁ ଦାବୀ ପତ୍ର ପ୍ରଦାନ
ଫୁଲବାଣୀ- (ସୁନୀଲ ପଟ୍ଟନାୟକ) କନ୍ଧମାଳ ଫ୍ରଣ୍ଟ ଲାଇନ ମିଡ଼ିଆ ଏସେ।ସିଏସନ ଯେ କେବଳ ସାମ୍ବାଦିକମାନଙ୍କ ସୁରକ୍ଷା ଦିଗରେ ଲଢେଇ କରୁ ନି ଜନସାଧାରଣଙ୍କ ସାମୁହିକ ସମସ୍ୟା ର ସମାଧାନ ନେଇ ମଧ୍ୟ ଆଗେଇ ଆସୁଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ସହରରେ ସ୍ୱଚ୍ଛ ଜୀବାଣୁ ମୁକ୍ତ ପାନୀୟ ଜଳ ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା, ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ, ସହରରେ ଗାଡି ପାର୍କିଙ୍ଗ ବ୍ୟବସ୍ଥା ସହ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ ପ୍ରତିଷ୍ଠା,6 ମେଗାଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ଆଦି ସମସ୍ୟାର ସମାଧାନ ଦାବୀ କରି ଏକ ଦାବୀପତ୍ର ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ,ଓନଗର ଉନ୍ନୟନ୍ନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ଦାବୀ ପ୍ରତି ସହୁଦୟତାର ସହିତ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ଫ୍ରଣ୍ଟ ଲାଇନ ମିଡ଼ିଆ ଏ ସେ।ସିଏସନର ସଭାପତି ସୁଜିତ ବେହେରା, ସଂପାଦକ ତ୍ରିନାଥ ସାହୁ,ହିମାଂଶୁ ବେ ହେରା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
ଫ୍ରଣ୍ଟ ଲାଇନ ଏସୋ ସିଏସନର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ଫ୍ରସଂସା କରାଯାଇଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































