ଧୂରୁକୁଡିଆ କାଠ ମାଫିଆ ପ୍ରଭାକର ଦାସଙ୍କ ଘର ଓ କୁକୁଡା ଫାର୍ମରେ ଚଢାଉ ବିପୁଳ ପରିମାଣର କାଠ ଓ ପଟା ଜବତ
ଆଠଗଡ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ମେଘା ପଞ୍ଚାୟତ ଧୂରୁକୁଡିଆ ଗ୍ରାମରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର କାଠ ଓ ପଟା ଜବତ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ରବିବାର ଦିନ ଦ୍ବିପହର ସମୟରେ ଆଠଗଡ ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦେଶ କ୍ରମେ ଆଠଗଡ ବନାଞ୍ଚଳ ଅଧିକାରୀ ଆୟାଶା ଅଖତାରୀ ନିଶା ଓ ବନ କର୍ମଚାରୀ ଙ୍କ ସମେତ ହାତୀ ଜଗୁଆଳି ମାନେ କାଠ ମାଫିଆ ପ୍ରଭାକର ଦାସଙ୍କ ଘର ଓ କୁକୁଡା ଫାର୍ମ
ହାଉସରେ ଚଢାଉ କରି ୨ଟ୍ରାକ୍ଟର ଫାଶି,ଶିରିଶ କାଠ ଗଣ୍ଡି ଓ ଗୋଟିଏ ପିକ୍ଅପ ଚାକୁଣ୍ଡା,ଶାଗୁଆନ ଶିରିଶ ପଟାକୁ ଜବତ କରିଛି ବନବିଭାଗ। ଏହି ଚଢ଼ାଉ ରେ ସଦର ରେଞ୍ଜ ଅଫିସର ଙ୍କ ସହିତ ରାଜନଗର ଫରେଷ୍ଟର କୃଷ୍ଣ ଚନ୍ଦ୍ର ଦେହୁରୀ, ସ୍କ୍ୱାର୍ଡ ମେମ୍ବର ରବି ପ୍ରଧାନ, ସାଗର ସାହୁ, ଚନ୍ଦ୍ରକାନ୍ତ ଦଳେଇ, ପଞ୍ଚାନନ ନାୟକ, ସନ୍ତୋଷ ସାହୁ ଇତ୍ୟାଦି ସହୋଯୋଗ କରିଥିଲେ। ଆନୁମାନିକ ଜବତ କାଠ ର ମୂଲ୍ୟ ୫୦,୦୦୦ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ବନାଞ୍ଚଳ ଅଧିକାରୀ ଆୟାଶା ଅଖତାରୀ ନିଶା ସୂଚନା ଦେଇଛନ୍ତି।ତେବେ କାଠ ମାଫିଆ ପ୍ରଭାକର ଦାସ ଓ ତାର ଦୁଇପୁଅ ଫେରାର ହୋଇଯାଇଛନ୍ତି ।ସୂଚନା ଥାଉକି ଗତକାଲି କାଠ ମାଫିଆ ପ୍ରଭାକର ଦାସ ବିଜେପି କର୍ମୀ ନିର୍ମଳ ପତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବାର ୨୪ ଘଣ୍ଟା ନପୁରୁଣୁ ବନବିଭାଗ କାଠ ମାଫିଆଙ୍କ ଘରେ ଚଢାଉ କରି ବିପୁଳ କାଠ ଜବତ କରିଛି ।ତେବେ ବନବିଭାଗ ପକ୍ଷରୁ କାଠ ମାଫିଆ ପ୍ରଭାକର ଦାସଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି,ତେବେ ଅନ୍ୟ ପକ୍ଷରେ ଆଠଗଡ ପୋଲିସ କାଠ ମାଫିଆଙ୍କ ଉପରେ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































