କାଠମାଫିଆ କୁ ତୁରନ୍ତ ଗିରଫ କରିବାପାଇଁ ବିଜେପି ଦେଲା ଡ଼ିଏସପି ଙ୍କୁ ଦାବିପତ୍ର
ଆଠଗଡ(ଉଲାପ୍ର)ଆଠଗଡ ବ୍ଲକ ଧୁରୁକୁଡ଼ିଆ ଗ୍ରାମର କାଠମାଫିଆ ପ୍ରଭାକର ଦାସକୁ ତୁରନ୍ତ ଗିରଫ କରିବାପାଇଁ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଡ଼ିଏସପି ଙ୍କ ନିକଟରେ ଦାବିକରିଛନ୍ତି,,ଗତ ୩୧ ତାରିଖ ଦିନ ଆଠଗଡ ବିଜେପିର ସୋସିଆଲ ମେଡିଆ ସଂଯୋଜକ ତଥା ପରିବେଶବିତ ନିର୍ମଳ ପତ୍ରୀଙ୍କ ଉପରେ ପ୍ରଭାକର ଦାସ ଓ ତାଙ୍କ ପୁଅମାନେ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ, ବିଜେପି ନେତାମାନେ ସୋମବାର ଦିନ ରାତିରେ ଡ଼ିଏସପି ଙ୍କୁ ଏକ ପ୍ରତିନିଧି ଦଳ ଭେଟିବା ପରେ ଡ଼ିଏସପି ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରିବାପାଇଁ ଆଠଗଡ ଥାନା ଆଇଆଇସି ଙ୍କୁ ନିର୍ଦେଶ ଦେଇଛନ୍ତି,ଏହି ପ୍ରତିନିଧି ଦଳରେ ଜଗଦାନନ୍ଦ ତ୍ରିପାଠୀ,ପ୍ରକାଶ କୁମାର ସେଠୀ,ରମାକାନ୍ତ ସେନାପତି, ନଚିକେତା ପରମାନିକ, ପ୍ରଦୀପ ମହାପାତ୍ର,ପୀତବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ,ପୂର୍ବରୁ ଅନେକବାର କାଠମାଫିଆ ପ୍ରଭାକର ଦାସ ନିର୍ମଳ ପତ୍ରୀଙ୍କ ଉପରେ ଆକ୍ରମଣ କରିଛି,୩୧ ତାରିଖ ଦିନ ମେଘା ଜଗନ୍ନାଥ ବନ ପ୍ରକଳ୍ପ ରୁ ବହୁ ମୂଲ୍ୟବାନ ଗଛ କାଠମାଫିଆ କାଟୁଥିବା ନିର୍ମଳ ଦେଖି ଦେଇଥିଲେ,କାଳେ ନିର୍ମଳ ପୋଲିସ କିମ୍ବା ବନବିଭାଗ କୁ ଖବର ଦେଇଦେବେ ତାକୁ ଜୀବନରେ ମାରିଦେବାକୁ କାଠମାଫିଆ ଓ ତାଙ୍କ ପୁଅମାନେ ଉଦ୍ୟମ କରିଥିବା ଆଠଗଡ ଥାନାରେ ଅଭିଯୋଗ ହୋଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































