ବିଶ୍ବ ବନ୍ଧୁତ୍ୱ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୧
ନରସିଂହପୁର(ଉଲାପ୍ର)ନରସିହପୁର ଯୁବ ପରିଷଦ ତରଫରୁ ବିଶ୍ଵ ବନ୍ଧୁତ୍ୱ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରାସାଦ ମିଶ୍ର, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ନରସିଂହପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁଳମଣି ବାରିକି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ପରିଷଦର ପରାମର୍ଶଦାତା ଅଭୟାନନ୍ଦ ଦାଶ ପରିଚାଳନା କରିଥଲେ। ଏହି ଅବସରର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ
କରାଯାଇଥିଲା। ଚଳିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନରସିଂହପୁର ବ୍ଲକର ୩ ଜଣ ଟପ୍ପରଙ୍କୁ ସମ୍ମାନୀତ କରାଯାଇଥିଲା। ଅନଲାଇନ୍ ରେ ହୋଇଥିବା ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ପରିଷଦର ସଭାପତି ଶିବ ପ୍ରସାଦ ଦାଶ, ଅଧକ୍ଷ ତଥା ସାଧାରଣ ସମ୍ପାଦକ ସୁବ୍ରତ କୁମାର ମିଶ୍ର ଙ୍କ ସମେତ ଯୁବ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ପରିଷଦର ଆଇନ୍ ପରାମର୍ଶଦାତା ଦେବଦତ୍ତ ମଳୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































