ତୋରା ଠାରେ ଜବର ଦଖଲ ଉଚ୍ଛେଦ
ବରଗଡ଼:- ବରଗଡ଼ – ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣ କରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଛକଠାରେ ଜବର ଦଖଲ ଉଛେଦ ଆରମ୍ଭ ହୋଇଛି। ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତ ରେ ସରକାରୀ ଜମି ରୁ ଜବର ଦଖଲ ଉଛେଦ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଭେଡେନ ବ୍ଲକ ମହକୁମା ରୁ ବରଗଡ଼ ମୁଖ୍ୟ ରାସ୍ତା ଘରୋଇ ବସଷ୍ଟାଣ୍ଡ ନିକଟରେ ସଂଯୋଗ କରୁଥିବା ଏହି ୨୬ କିଲୋମିଟର ରାସ୍ତା ର ୬ କିମି ଜବର ଦଖଲ ଓ ବିଦ୍ୟୁତ ବିଭାଗର କାର୍ଯ୍ୟ ପାଇଁ ନିର୍ମାଣ ସୋଇପାରୁନଥିଲା। ପ୍ରଥମ ପର୍ଯ୍ୟାୟରେ ସହର ପଟୁ ଉଚ୍ଛେଦ କରାଯିବା ପରେ ଆଜି ତୋରା ସୂତା ମିଲ ଛକ ଠାରେ ଉଚ୍ଛେଦ କରାଯାଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































