ଚକାପାଦ ବ୍ଲକ ବି ଜେ ଡ଼ି କର୍ମୀ ସମ୍ମିଳନୀ
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବସ୍ତିଙ୍ଗିଆ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା | ବିଜୁ ଜନତା ଦଳର ବ୍ଲକ ସଭାପତି ରାଜେଶ ଦିଗଲଙ୍କ ଅଧକ୍ଷତା ରେ ପ୍ରସ୍ତୁତି ବୈଠକରେ ସମସ୍ତ ବିଜେଡି କର୍ମୀ ଏବଂସ୍ଥାନୀୟ ଜନସାଧାରଣ ଉକ୍ତ ବୈଠକରେ ଯୋଗଦାନ କରିଥିଲେ | ଏଥିରେ ବିଜେଡି ଦଳର ମହିଳା ଉପସଭାନେତ୍ରୀ ତ୍ରିବେଣୀ ନାୟକ, ବିଜୁ ମହିଳା ଜିଲ୍ଲା ସମ୍ପାଦକ ଚିନ୍ତାମଣି ଦାସ , ବିଜୁ ଯୁବ ସଭାପତି ବିଷ୍ଣୁ ଚରଣ ପ୍ରଧାନ , ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, ପୂର୍ବତନ ବ୍ଲକ ଅଧକ୍ଷ୍ୟାବୈନେତ୍ରୀ କହଁର , ସାଂସଦ ପ୍ରତିନିଧି ଶ୍ରୀ ଉମାଚାରଣ ମାଲିକ ,ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ ବ୍ଲକ ଏ ଆର ଓ ମନୋଜ ଦିଗଳ ,ବ୍ଲକ ମହିଳା ସଭାନେତ୍ରୀ ପୁଷ୍ପଲତା ବେହେରା ,ବ୍ଲକ ଯୁବ ସଭାପତି ଚିତ୍ରସେନ କହଁର, ବ୍ଲକ ଛାତ୍ର ସଭାପତି ଆଶିଷ ନାୟକ ,ବ୍ଲକ ମହିଳା ସମ୍ପାଦିକା- ନଲିନୀ କହଁର ସୋସିଆଲ ମିଡ଼ି ଆ ନୀଳାମ୍ବର ମାଲିକ ପ୍ରମୁଖ ଯୋଗଦାନ କରିଥିଲେ | ଆଗାମୀ ନିର୍ବାଚନ କୁ ଆଖିଆଗରେ ରଖି ବିଜୁ ଜନତା ଦଳର ତୃଣାମୂଳ ସ୍ତରରୁ ଦଳକୁ କିଭଳି ମଜବୁତ କରିହେବ ସେ ଦିଗରେ ଆଲୋଚନା କରାଯାଇ ସମସ୍ତ କର୍ମୀ ଓ ଜନସାଧାରଣକୁ ପରାମର୍ଶ ଦିଆଯାଇଥିଲା | ଏହି ପ୍ରସ୍ତୁତି ବୈଠକରେ ବିଜେଡିସରକାର ର ଉନ୍ନତି ମୂଳକ କାର୍ଯ୍ୟ ଏବଂ ବିଭିନ୍ନ ଯୋଜନା ବିଷୟରେ ଉଦବୋଧନ ଦେଇ ଆଗାମୀ ଦିନର ନିର୍ବାଚନକୁ କିପରି ବିଜୁ ପରିବାର ଭାବରେ ଦଳୀୟ ସ୍ଥିତିକୁ ସୂଦୃଢ କରିବା ,ନିଜ ନିଜ ଭିତରେ ସୁସମ୍ପର୍କ ରଖି ଦଳୀୟ କାର୍ଯ୍ୟକୁ ଅଧିକରୁ ଅଧିକ ସଂଗଠନ ମଜବୁତ କରି ସମସ୍ତେ ଏକ ହୋଇ ନିର୍ବାଚନ ବୈତରଣୀକୁ ପର ହେବାପାଇଁ ପରାମର୍ଶ ଦିଆଯାଇଥିଲା |
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































