ବନ୍ଧଗଡ଼ ବନୀକରଣ କାର୍ଯ୍ୟକ୍ରମ ବୁଲି ଦେଖିଲେ ଆର ସିସିଏଫ
ଫୁଲ ବାଣୀ-( ସୁନୀଲ ପଟନାୟକ) ବ୍ରହ୍ମପୁରସ୍ଥିତ ଜଙ୍ଗଲ ବିଭାଗରେ ରେଜିଓନାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ(ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)ଦୁଇଦିନିଆ ଫୁଲ ବାଣୀ ଗସ୍ତରେ ଆସି ବୁଧବାର ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଫିରିଙିଆ ରେ ଜଂ ଅଧୀନବନ୍ଧଗଡ଼ ଠାରେ ନର୍ସରୀ ପ୍ଲାଣ୍ଟେସନ କାର୍ଯ୍ୟକ୍ରମ ଆଦି ବୁଲି ଦେଖିଥିଲେ।
ଏହି ଅଞ୍ଚଳରେ ଜଙ୍ଗଲ ସୁରକ୍ଷା, ଓ ବୃକ୍ଷରୋପଣ, କାର୍ଯ୍ୟକ୍ରମ ଉଚ୍ଚମାନର ହୋଇଥିବାରୁ ସନ୍ତେ।ଷବ୍ୟକ୍ତ କରିଥିଲେ ଆର ସିସିଏଫ ମିଶ୍ର।
ଜଙ୍ଗଲ ସୁରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ବନବିଭାଗ କର୍ମଚାରୀ ଓ ଅଫିସରମାନଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ଜଙ୍ଗଲ ବିଭାଗ ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା (ଆଇଏଫଏସ)ଏସିଏଫ ଭଇରବ ଚରଣ ବେହେରା , ବରୀ ଷ୍ଠ ଫରେଷ୍ଟର ସରୋଜ କୁମାର ମିଶ୍ର , ରେଞ ଅଫିସର ବିଜୟ କୁମାର ମଲିକଓ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































